ଦୁଇ ବାଇକ ମୁହାଁମୁହିଁ ଧକ୍କା: ୩ ଗୁରୁତର, ୩ ଆହତ

ପାଟଣା : ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ହଳଦିବଟା ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ପାଟଣା ଆଡୁ ସାହାରପଡା ଅଭିମୁଖେ ଯାଉଥିବା ଏକ ବାଇକ୍ ସହ ବିପରୀତ ଦିଗରୁ ଅନ୍ୟ ଏକ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୨ଜଣ ଯୁବକ ଓ ଜଣେ ବୃଦ୍ଧ ଗୁରୁତର ହୋଇଥିବା ବେଳେ ଜଣେ ଯୁବକ ଓ ଦୁଇ ଜଣ ଶିଶୁ ଆହତ ହୋଇଛନ୍ତି । ସମସ୍ତ ଗୁରୁତର ଆହତଙ୍କୁ ସାହାରପଡା ଅଗ୍ନିଶମ ବିଭାଗ ଉଦ୍ଧାର କରି କରଞ୍ଜିଆ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନାହିଁ ।

Comments are closed.