ପୋଖରୀ ଭିତରୁ ବାଇକ୍ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଚେମଣା ପୋଖରୀରୁ ଆଜି ସକାଳୁ ଏକ ହିରୋ ଏଚ୍ଏଫ୍ ଡିଲକ୍ସ ବାଇକ୍ ଉଦ୍ଧାର ହୋଇଛି।
ସୂଚନା ଅନୁଯାୟୀ, ଆଜି ସକାଳୁ ଗ୍ରାମର କିଛି ଲୋକ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବା ସମୟରେ ପୋଖରୀ ଭିତରେ ଏକ ବାଇକ୍ ଥିବା ଦେଖି ତୁରୁମୁଙ୍ଗା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ପୋଖରୀ ଭିତରୁ ବାଇକଟିକୁ ଉଦ୍ଧାର କରି ତୁରୁମୁଙ୍ଗା ଥାନାକୁ ନେଇ ଘଟଣା ତଦନ୍ତ ଆରମ୍ଭ କରିଛି। ତେବେ ବାଇକଟି କିଏ ଓ କାହିଁକି, ଏହା କେଉଁ ଉଦ୍ଦେଶ୍ୟରେ ପୋଖରୀ ଭିତରେ ପକାଇଥିଲା ତାହା ସ୍ପଷ୍ଟ ହୋଇନାହିଁ।