‘ସାବାସ ବିଜୁ’ ଚଳଚ୍ଚିତ୍ର କଳାକାରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ‘ସାବାସ ବିଜୁ’ ଚଳଚ୍ଚିତ୍ରର କଳାରମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସନ୍ତୋଷ ପଣ୍ଡାଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରଟି ବିଜୁ ପଟ୍ଟନାୟକଙ୍କ ଦ୍ବାରା ଅନୁପ୍ରାଣିତ ଏକ ବାଳକର କାହାଣୀ ଉପରେ ଆଧାରିତ।
ବିଜୁବାବୁଙ୍କ ବଳି‌ଷ୍ଠ ବ୍ୟକ୍ତିତ୍ବ, ସାହସ ଓ ପରୋପକାର ଗୁଣରେ ପ୍ରଭାବିତ ହୋଇ ଏହି ବାଳକଟି କିପରି ବିଭିନ୍ନ ସାମାଜିକ ସେବା, ଜନକଲ୍ୟାଣ ଓ ସାମାଜିକ ପରିବର୍ତ୍ତନ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛି ତାହା ଏହି ଚଳଚ୍ଚିତ୍ରରେ ନିଖୁଣ ଭାବେ ପ୍ରଦର୍ଶିତ ହୋଇଛି।
ଏଥିରେ ଅଭିନୟ କରିଥିବା ଶିଶୁ କଳାକାର ସ୍ନେହାଲ ସୁଜୟ ମହାନ୍ତି, ଶୁଭାଙ୍ଗୀ ପଣ୍ଡା ଓ କଲ୍ୟାଣୀ ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ପଦକ ପ୍ରଦାନ କରିଥିଲେ। ଚଳଚ୍ଚିତ୍ରର ଏକ ପୋଷ୍ଟରକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଜାତୀୟ ଓ ନ୍ତର୍ଜାତୀୟସ୍ତରରେ ଏହି ଚଳଚ୍ଚିତ୍ରଟି ବେଶ ପ୍ରଶଂସିତ ହୋଇଛି।

Leave A Reply