ବିଜୁ ଯୁବ ବାହିନୀ ପକ୍ଷରୁ ସଫେଇ କାର୍ୟ୍ୟକ୍ରମ

0

କୋଣାର୍କ : କାକଟପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ତରକୋର ଗ୍ରାମ ପଞ୍ଚାୟତର ଵିଜୁଯୁଵ ଵାହିନୀ ପକ୍ଷରୁ ସ୍ବଚ୍ଛତା ସମ୍ବନ୍ଧିୟ ସଚେତନତା ଓ ସଫେଇ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଜୁ ଯୁବ ବାହିନୀ ତରକୋର ପଞ୍ଚାୟତ ସଭାପତି ପ୍ରତୀକ ରଂଜନ ଦଳାଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସ୍ବଚ୍ଛତା ସମ୍ବନ୍ଧିୟ ସଚେତନତା ଓ ସଫେଇ କାର୍ୟ୍ୟକ୍ରମରେ ଵିଜୁ ଯୁବଵାହିନୀର କର୍ମକର୍ତ୍ତାଙ୍କ ଦ୍ୱାରା ପ୍ରସିଦ୍ଧ ଶକ୍ତିପୀଠ ବାବା ବାଲିକପିଳେଶ୍ଵର ମନ୍ଦିର ପ୍ରାଙ୍ଗଣକୁ ସଫା କରିବା ସହ ନିକଟସ୍ଥ ଗ୍ରାମ ମାନଙ୍କରେ ସ୍ଵଚ୍ଛତା ଓ ବ୍ୟକ୍ତିଗତ ପରିଛନ୍ନତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିଥିଲେ। ଏହି କାର୍ୟ୍ୟକ୍ରମରେ ତରକୋର ଗ୍ରାମ ପଞ୍ଚାୟତ ବିଜୁ ଯୁବ ବାହିନୀ ର ୫୦ରୁ ଉର୍ଦ୍ଧ୍ଵ କର୍ମକର୍ତ୍ତା ଯୋଗ ଦେଇଥିଲେ।

Leave A Reply