ବୌଦ୍ଧ ଜିଲ୍ଲାରେ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ମେଧାବୀଙ୍କୁ ସହାୟତା

ବୌଦ୍ଧ : ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତତ୍ୱାବଧାନରେ ଜିଲ୍ଲାରେ ୨ଟି ଶିଶୁ ଯତ୍ନ ଅନୁଷ୍ଠାନ ଚାଲୁଛି। ଚଳିତ ବର୍ଷ ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନ ଗୁଡିକରେ ରହୁଥିବା ୫ ଜଣ ଶିଶୁ ମେଟ୍ରିକ ପରିକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। ମ୍ୟାଟ୍ରିକ ପରୀକ୍ଷାରେ ଶିଶୁ ଯତ୍ନ ଅନୁଷ୍ଠାନ ଗୁଡିକ ମଧ୍ୟରେ ସର୍ବୋଚ୍ଚ ନମ୍ବର ରଖି ମ୍ୟାଟ୍ରିକରେ ଉତ୍ତିର୍ଣୃ ହୋଇଥିବା ୩ ଜଣ ଛାତ୍ରଛାତ୍ରୀ ହେଲେ ରାମକୃଷ୍ଣ ବାଳାଶ୍ରମ ବୀରନରସିଂହପୁରର ପ୍ରଶାନ୍ତ କୁମାର ରଣା, ଲଭଲି ସ୍ୱାଇଁ ଏବଂ ହାରଭେଷ୍ଟ ବ୍ଲେସିଙ୍ଗ ହୋମର ଶ୍ରୀତମ ବାଘଙ୍କୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବୌଦ୍ଧ ଠାରେ ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭି. ରଘୁନାଥ ରାଓ ଏବଂ ଅତିରିକ୍ତ ଜିଲ୍ଲାପାଳ ଏନ.ସି.ଜ୍ୟୋତି ରଂଜନ ନାୟକଙ୍କ ଉପସ୍ଥିତିରେ ପ୍ରତି ଶିଶୁଙ୍କୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସଫଳତା ଲାଭ କରିଥିବା ଶିଶୁଙ୍କ ଉଚ୍ଚ ଶିକ୍ଷା ପାଇଁ ୨ଜଣଙ୍କୁ ଆ.ଇ.ଟି.ଆଇ ଏବଂ ଅନ୍ୟଜଣେ ଛାତ୍ରକୁ ପଲିଟେକନିକରେ ପଢିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ  ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀମିଶ୍ର ଶିଶୁ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିବା ସହ ମେଧାବୀ ଛାତ୍ର ହୋଇ ଜିଲ୍ଲାର ନାମ ରଖିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ ପରିଚାଳନା କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରୋବେସନ ଅଧିକାରୀ ସମରେସେନ ସିଂ, ଜ୍ୟୋତି ପ୍ରକାଶ ପ୍ରଧାନ ସହଯୋଗ କରିଥିଲେ ।

Comments are closed.