‘ପଞ୍ଚାୟତିରାଜ ବ୍ୟବସ୍ଥା ସଶକ୍ତିକରଣର ଦୃଢ଼ ପ୍ରବକ୍ତା ଥିଲେ ବିଜୁବାବୁ’

ଭୁବନେଶ୍ବର: ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାଦପୁରୁଷ ବିଜୁବାବୁଙ୍କ ସ୍ମରଣ କରିବା ସହ ବିଜୁବାବୁ ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ କ୍ଷମତାର ବିକେନ୍ଦ୍ରୀକରଣ ଓ ପଞ୍ଚାୟତିରାଜ ବ୍ୟବସ୍ଥା ସଶକ୍ତିକରଣର ଦୃଢ଼ ପ୍ରବକ୍ତା ଥିଲେ ବୋଲି କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗ୍ରାମପଞ୍ଚାୟତଗୁଡ଼ିକୁ କୋଭିଡ୍‌-୧୯ ବିରୋଧରେ ଚାଲିଥିବା ସଂଗ୍ରାମରେ ଆଗଧାଡ଼ିରେ ରହିବା ସହିତ କରୋନା ଭୂତାଣୁ କବଳରୁ ଆମର ଗ୍ରାମଗୁଡ଼ିକୁ ସୁରକ୍ଷିତ ରଖନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି। କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.