ନନ୍ ଟଚ୍ ବିମାନ ବନ୍ଦର ହେବ ଭୁବନେଶ୍ଵରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର

ଭୁବନେଶ୍ଵର : ବିନା ସ୍ପର୍ଶରେ ବିମାନରେ ବସିବେ ଯାତ୍ରୀ । କରୋନା ସଂକ୍ରମଣ ରୋକିବାକୁ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ । ଲକଡାଉନ୍ ଉଠିବା ପରେ ପୁନଃ ବିମାନ ସେବା ଆରମ୍ଭ ହେବା ବେଳେ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।
କରୋନା ପାଇଁ ଭୁବନେଶ୍ୱର ବିମାନବନ୍ଦର ଏକ ବିଶେଷ ବ୍ୟବସ୍ଥା ଆପଣାଇବ । ତଦନୁଯାୟୀ ଏଣିକି କୌଣସି ସ୍ପର୍ଶ ବିନା ଯାତ୍ରୀ ବିମାନରେ ବସିପାରିବେ । ବିମାନବନ୍ଦର ଟର୍ମିନାଲ ଭିତରେ ଯାହା ସବୁ କାର୍ଯ୍ୟ ହେବ ସବୁ ‘ନନ୍ ଟଚ୍’ ହେବ । ପ୍ରବେଶ ପଥ, ଟିକେଟ, ଚେକ ଇନ କାର୍ଯ୍ୟ ସବୁ ବିନା ସ୍ପର୍ଶରେ ହେବ । ଏକ ସ୍ୱତନ୍ତ୍ର ଯନ୍ତ୍ର ମାଧ୍ୟମରେ ପରିଚୟପତ୍ର ଓ ଟିକେଟ ଯାଞ୍ଚ କରାଯିବ । ପୂର୍ବରୁ କର୍ମଚାରୀମାନେ ହାତରେ ଟିକେଟ ଯାଞ୍ଚ କରୁଥିଲେ । ଲକଡାଉନ ଉଠିବା ପରେ ସୁରକ୍ଷା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯିବ ।
ବିମାନ ବନ୍ଦର ପରିସରରେ ଏହି ସବୁ କାର୍ଯ୍ୟ ପାଇଁ ବିମାନ ବନ୍ଦରର ଆଧୁନିକୀକରଣ କାମ ବି ଆରମ୍ଭ ହୋଇଛି। ବିମାନ ବନ୍ଦର ପରିସରରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ବା ଏଟିସି ଟାଓ୍ୱାର, ପାରାଲାଲ୍ ଟାକ୍ସି ବେର କାମ ମଧ୍ୟ ଆରମ୍ଭ ହୋଇଛି।