ଗୋପାଳପୁରରେ ବିଜୁ ଶ୍ରମିକ ସମୁଖ୍ୟର ଆଞ୍ଚଳିକ ସମ୍ମିଳନୀ

0

ବ୍ରହ୍ମପୁର : ଆସନ୍ତା ଜୁଲାଇ ମାସ ରବିବାର ଦିନ ଗୋପାଳପୁର ଠାରେ ଆୟୋଜିତ ହେବାକୁ ଯାଉଛି ବିଜୁ ଶ୍ରମିକ ସମୁଖ୍ୟର ଆଞ୍ଚଳିକ ସମ୍ମିଳନୀ ଏଥିରେ ଗଂଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ମୋଟ ୩ହଜାର ବିଜୁ ଶ୍ରମିକ ଯୋଗଦେଉଥିଲା ବେଳେ ସମଗ୍ର ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୨୨ଲକ୍ଷ୩୬ହଜାର ହିତାଧିକାରୀଙ୍କ ନାମ ପଞ୍ଜିକୃତ ହୋଇଛି । ସେଥିମଧ୍ୟରୁ ୧୨ଲକ୍ଷ ୪୮ହଜାର ହିତାଧିକାରୀଙ୍କୁ ୮୧୭କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ଆସନ୍ତା ଦିନରେ ଏହି ସଂଖ୍ୟା ୨୫ଲକ୍ଷରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଗଂଜାମ ଜିଲ୍ଲାରେ  ବର୍ତ୍ତମାନ ସୁଦ୍ଧା ୧ଲକ୍ଷ୭୫ହଜାର୪୮୧ଜଣ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇସାରିଛନ୍ତି। ସେଥି ମଧ୍ୟରୁ୬୭ହଜାର୮୫୬ଜଣ ହିତାଧିକାରୀଙ୍କୁ୨୮କୋଟି ୯୧ଲକ୍ଷ ୧୪ହଜାର୨୫୮ଟଙ୍କାର ବିଭିନ୍ନ ସହାୟତା ରାଶି ପ୍ରଦାନ କରାଯାଇଛି। ସେହିଁଭଳି ଗଞ୍ଜାମ ଜିଲ୍ଲାରେ ୨ହଜାର ଅଣସଙ୍ଗଠିତ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି। ଆସନ୍ତା ଜୁଲାଇ ପହିଲାରେ ଗୋପାଳପୁର ଠାରେ ହେବାକୁ ଥିବା ଆଞ୍ଚଳିକ ସମ୍ମିଳନୀରେ ୩ଟି ଜିଲ୍ଲାର ବିଜୁ ଶ୍ରମିକ ସମୁଖ୍ୟର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ କମିଟି ଗଠନ କରାଯିବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ଅଣସଙ୍ଗଠିତ ଶ୍ରମିକମାନଙ୍କର ଜିଲ୍ଲା ସ୍ତରୀୟ କମିଟି ଗୁଡିକ ଗଠନ କରାଯିବ ବୋଲି ଆଜି ବ୍ରହ୍ମପୁର ସର୍କିଟ ହାଉସରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ଆଜିର ବୈଠକରେ ଓଡିଶା ନିର୍ମାଣ ଶ୍ରମିକ କଲ୍ୟାଣ୨ବୋର୍ଡର ଅଧ୍ୟକ୍ଷ ତଥା ରାଜ୍ୟ ବିଜୁ ଶ୍ରମିକ ସମୁଖ୍ୟର ମହା ସଚିବ ଶ୍ରୀ ସୁବାଷ ସିଂହ, ଗଞ୍ଜାମ ବିଜେଡି ସଭାପତି ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଗଂଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟର ସଭାପତି ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ରାଜ୍ୟ ସମ୍ପାଦକ ରାଜେନ୍ଦ୍ର ଦାଶ, ଚନ୍ଦ୍ରଶେଖର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାଷ ବେହେରା ଓ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply