ବିଜୁ ଯୁବ ବାହିନୀ ତରଫରୁ ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ

0

ନେମାଳ : ନେମାଳ ଥାନା ଅନ୍ତର୍ଗତ ଝାଡେଶ୍ୱରପୁର ପଞ୍ଚାୟତର ବିଜୁ ଯୁବ ବାହିନୀ ପକ୍ଷରୁ ଏକ ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତେ ପ୍ଲାଷ୍ଟିକକୁ ଦୂରେଇ ସୁସ୍ଥ ସୁନ୍ଦର ନିର୍ମଳ ପରିବେଶ ସୃଷ୍ଟି କରିବା ସହିତ ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଶପଥ ନେବାକୁ ବିଜୁ ଯୁବ ବାହିନୀ ତରଫରୁ ଆହ୍ୱାନ ଦିଆଯାଇଥିଲା। ଏଥିରେ ବିଜୁ ଯୁବ ବାହିନୀର ସଭାପତି ଅନୀଲ ଦଳାଇ, ସମିତି ସଭ୍ୟ ଆନନ୍ଦ ଦାସ, ବିଜୟାନନ୍ଦ ମଲ୍ଲିକ, ସୁର୍ଯ୍ୟକାନ୍ତ ବେହେରା, ମଧୁସ୍ମିତା ରାଉତଙ୍କ ସମେତ ବହୁ ଜନ ସାଧାରଣମାନେ ଉପସ୍ଥିତ ରହିଥିଲେ।

Leave A Reply