ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ କୋଭିଡ୍ ନିୟନ୍ତ୍ରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର: ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ କୋଭିଡ୍ ନିୟନ୍ତ୍ରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ କୋଭିଡ ପରିଚାଳନା ଅବସରରେ ନିଜ ସାମାଜିକ ଦାୟିତ୍ଵ ବହନ କରିବା ସହ ନିଜ ଅଞ୍ଚଳର ଲୋକମାନଙ୍କୁ ସଚେତନ କରାଇବା ପାଇଁ ପରାମର୍ଶ ଦିଆଯାଇଛି।

 

ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ,ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ବିଜୁ ଯୁବ-ଛାତ୍ର ଜନତା ଦଳର ଆଇଟି ସଂଯୋଜକ ସୁବ୍ରତ ଛାଟୋଇ ପ୍ରମୁଖ ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଯୋଡ଼ି ହୋଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ସମସ୍ତ ଜିଲ୍ଲା ସଭାପତି, ରାଜ୍ୟ କର୍ମକର୍ତ୍ତା ଓ ସମସ୍ତ ଜିଲ୍ଲା ର ଆଇଟି କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଆହ୍ୱାନ ରହିଛି କୋଭିଡର ସୁପରିଚାଳନା ସହ ସାମାଜିକ କାର୍ଯ୍ୟକ୍ରମକୁ ତ୍ଵରାନିତ କରିବା ପାଇଁ ଏହାକୁ ଆଧାରକରି ବିଜୁ ଛାତ୍ର ଜନତା ଦଳର ପ୍ରତେକଟି କର୍ମୀ ଏହି କୋଭିଡ ମହାମାରୀର ନିୟନ୍ତ୍ରଣ ଲାଗି ନିଜ ଅଞ୍ଚଳରେ ଜଣେ ଜଣେ ସିପାହୀର ଭୂମିକା ବହନ କରିବେ ଏବଂ ନିଜର ସାମାଜିକ ଦାୟିତ୍ଵ କୁ ବହନ କରିବା ସହ ନିଜ ଅଞ୍ଚଳର ଲୋକମାନଙ୍କୁ ସଚେତନ ଓ ସତର୍କ କରିବା ସହ ନିଜ ଅଞ୍ଚଳରେ ସଫଳ କୋଭିଡ ପରିଚାଳନା ନିମନ୍ତେ ମଧ୍ୟ ଦୃଷ୍ଟି ଦେବେ ଏହା ମୋର ଦୃଢ ବିଶ୍ବାସ।

Comments are closed.