ମାତୃତ୍ବ ଲାଭ କଲା ବିଜ୍‌ଲୀ

ନନ୍ଦନକାନନ/ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର। ପ୍ରଥମ ଥର ପାଇଁ ମା’ ହେଲା ସିଂହୀ ବିଜିଲୀ। ବୁଧବାର ଏସୀୟ ସିଂହୀ ବିଜିଲୀ ତା’ର ପ୍ରଥମ ଗର୍ଭରୁ ତିେନାଟି ଶାବକ ଜନ୍ମ ଦେଇଛି। ପ୍ରଥମେ ଏକ ମୃତ ଶାବକ ଜନ୍ମଦେଇଥିଲା। ମୃତ ଶାବକଟି ବୁଧବାର ୨ଟା ୪୩ ମିନିଟ, ଦ୍ବିତୀୟଟି ୩ଟା ୧୨ମିନିଟ ଓ ତୃତୀୟଟି ଭୋର ୩ଟା ୩୮ ମିନିଟରେ ଜନ୍ମ ହୋଇଛନ୍ତି।

ବିଜିଲୀର ନବଜାତ ଛୁଆ ଦୁଇଟି ସୁସ୍ଥ ଥିବାବେଳେ ମା’ ସେମାନଙ୍କୁ ତା’ ଜିଭରେ ଚାଟୁଥିବା ଦୃଶ୍ୟ ସିସିଟିଭିରେ ଦେଖିବାକୁ ମିଳିଛି। ତେବେ ଜନ୍ମିତ ଛୁଆ ଦୁଇଟିର ଲିଙ୍ଗ ଚିହ୍ନଟ ହୋଇନାହିଁ ବୋଲି ନନ୍ଦନକାନନ ଉପନିର୍ଦେଶକ ଡ. ସଞ୍ଜିତ୍ କୁମାର କହିଛନ୍ତି। ସିଂହ ସମ୍ରାଟ ସହ ସିଂହୀ ବିଜିଲୀର ମିଳନ ଗତ ଏପ୍ରିଲ ମାସରେ ହୋଇଥିଲା। ପରେ ସେ ଗର୍ଭବତୀ ହୋଇଥିଲା। ଏହାପରେ କର୍ତ୍ତୃପକ୍ଷ ବିଜିଲୀ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇଥିଲେ। ସିଂହ ସଫାରୀ ଫିଡିଙ୍ଗ ଚାମ୍ବର ପଛ ପଟେ ବିଜିଲୀକୁ ରଖାଯିବା ସହ ସିସିଟିଭି ଲଗାଇ ତା’ର ଗତିବଧି ଲକ୍ଷ୍ୟ କରାଯାଇଥିଲା। ଜନ୍ମ ନେଇଥିବା ଦୁଇ ଶାବକଙ୍କୁ ବିଜିଲୀ ଗ୍ରହଣ ନ କରିବାରୁ ଅପରାହ୍ଣରେ ଉପନିର୍ଦେଶକଙ୍କ ତତ୍ତ୍ବାବଧାନରେ ବନ୍ୟପ୍ରାଣୀ ଚିକିତ୍ସାଳୟର ବେବି ରିୟରିଙ୍ଗ୍ ସେଣ୍ଟରରେ ରଖାଯାଇ ଚିକିତ୍ସା କରାଯାଉଛି।ଆଜି ଦୁଇ ଶାବକ ଜନ୍ମପରେ ନନ୍ଦନକାନନରେ ସିଂହ ସଂଖ୍ୟା ୧୮କୁ ବୃଦ୍ଧିପାଇଛି।

Comments are closed.