ବିଜେପୁର ବ୍ଳକର ଧାନମଣ୍ଡିଗୁଡିକୁ ଯାଞ୍ଚ କଲେ କର୍ତ୍ତୃପକ୍ଷ

ବିଜେପୁର: ବରଗଡ ଜିଲ୍ଲା ବିଜେପୁର ବ୍ଳକର ଧାନମଣ୍ଡିଗୁଡିକୁ ରବିବାର ସ୍ଥାନୀୟ କର୍ତ୍ତୃପକ୍ଷ ପରିଦର୍ଶନ କରି ଯାଞ୍ଚ କରିଛନ୍ତି। ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧୀକାରୀ ପଦ୍ମାନାଭ ସାମନ୍ତରାୟ, ଏଆର୍‍ସିଏସ୍‍ ଡୋଲାମଣି ପୁରୋହୀତ, ଯୋଗାଣ ଅଧିକାରୀ ପ୍ରମିଳା ତିର୍କି, ରାଜସ୍ୱ ନିରୀକ୍ଷକ ସୁବୋଧ ଚୈାହାନ ପ୍ରମୁଖ ମିଳିତ ଭାବରେ ଏମ୍‍.ଶ୍ରିଗିଡା, ଜାରିଂ, ଅର୍ଡା, ବୁଡାପାଲି ଆଦି ମଣ୍ଡିଗୁଡିକୁ ପରିଦର୍ଶନ କରି ଷ୍ଟକ ରହିଥିବା ଧାନର ଯାଞ୍ଚ କରିଥିଲେ। ଏମ୍‍.ଶ୍ରିଗିଡା ସମବାୟ ସମିତିରେ ସଂପାଦକ ନିର୍ମଳ କୁମାର ଜେନାଙ୍କ ସହିତ କର୍ମଚାରୀଗଣ ଉପସ୍ଥିତ ଥିଲେ। ମିଲ ଗୁଡିକର ଟେଗ ସରିଯାଇଥିବା କୁହାଯାଉଥିବା ବେଳେ ଧାନ ଉଠି ନ ପାରିବାରୁ ଚାଷୀମାନେ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ପ୍ରଶାସନ ଏ ଦିଗରେ ଗୁରୁତ୍ୱ ସହିତ ପଦକ୍ଷେପ ନେବା ପାଇଁ ଚାଷୀମହଲରେ ଦାବୀ ହେଉଛି।

Comments are closed.