ବରଗଡ଼ ଜିଲାରେ ସାର୍ବଜନୀନ ମକର ମେଳା

ବିଜେପୁର: ବରଗଡ଼ ଜିଲା ବିଜେପୁର ପଞ୍ଚାୟତ ସମିତି ଅର୍ନ୍ତଗତ ତାଲପଦର ଗ୍ରାମରେ ୧୪ତମ ସାର୍ବଜନୀନ ମକର ମେଳା ଅନୁଷ୍ଠିତ ହୋଇଯାଇଥିବା ବେଲେ ରାଜ୍ୟ ସରକାର ଙ୍କ କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ମକର ମେଳା ପାଳନ ହୋଇଯାଇଛି। ଉକ୍ତ ମେଳାରେ କର୍ତ୍ତା ଭାବେ ସୁର୍ଦଶନ ବନଛୋର ଏବଂ ତାଙ୍କ ପତ୍ନୀ ବନଛୋର ପୂଜା କାର୍ଯ୍ୟ ତୁଳାଇଥିବା ବେଲେ ପଣ୍ଡିତ ଭାବେ ସୌମ୍ୟ ରଞ୍ଜନ ହୋତା, ପୂଜାରୀ ମୟାଦର ମହାପାତ୍ର ଏବଂ ମିତ୍ରଭାନୁ ବାରିକ ସହଯୋଗ କରିଥିଲେ।

 

ଉକ୍ତ ମେଳାରେ ସହଯୋଗୀ କିର୍ତ୍ୟନ୍ୟ ଦଲ ହିସାବରେ ଝାଲପାଲି ମହିଲା ଦଲ,ଝାଙ୍କର ଶ୍ରୀଗିଡ଼ା ଓ ତାଲପଦର ଦଳ ଅଂଶ ଗ୍ରହଣ କରିଥିଲେ। ମେଳାରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ନାରାୟଣ ଭୋଇ, ତେଜରାଜ ବାରିକ, ଅନିରୁଦ୍ଦ ସାହୁ, ମୁକୁନ୍ଦ ଗଡ଼ତିଆ, ଦେବାନନ୍ଦ ସାହୁ ଓ ସିହଂବାହୀନୀ ସ୍ବଂୟ ସହାୟକ ଗୋଷ୍ଠୀର ସମସ୍ତ ସଭ୍ୟ ସହଯୋଗ କରିଥବାବେଲେ ଅକ୍ଷୟ ସାହୁ ଅନ୍ନ ଭୋଗର ବ୍ୟବସ୍ଥା କରାଇଥିଲେ।

Comments are closed.