ବିଜେପୁର ଉପନିର୍ବାଚନ ଫଳାଫଳ:୭ମ ରାଉଣ୍ଡ ସୁଦ୍ଧା ବିଜେଡି ୩୮,୬୯୪ ଖଣ୍ଡ ଭୋଟରେ ଆଗୁଆ

ବରଗଡ: ବରଗଡ଼ ଜିଲାର ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ଚାଲିଥିବା ଭୋଟ ଗଣତିର ୭ମ ରାଉଣ୍ଡ ଶେଷ ହୋଇଛି। ୭ମ ରାଉଣ୍ଡରେ ବିଜେଡି ୩୮,୬୯୪  ଭୋଟରେ ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୭ମ ରାଉଣ୍ଡ ସୁଦ୍ଧା ମୋଟ ୫୨,୩୧୭ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୧୩,୬୨୩ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କୁ ୨୦୫୨ ଟି ଭୋଟ ମିଳିଛି।

Comments are closed.