ବିଜେପୁର ଉପନିର୍ବାଚନ ଫଳାଫଳ:୧୫ ରାଉଣ୍ଡ ସୁଦ୍ଧା ବିଜେଡିର ଲକ୍ଷେ ପାର ୭୫,୨୪୭ଖଣ୍ଡ ଭୋଟରେ ଆଗୁଆ ରୀତା ସାହୁ

ବରଗଡ: ବରଗଡ଼ ଜିଲାର ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ଚାଲିଥିବା ଭୋଟ ଗଣତିର ୧୫ ରାଉଣ୍ଡ ଶେଷ ହୋଇଛି।୧୫ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୭୫,୨୪୭ଖଣ୍ଡ ଭୋଟରେ ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୧୫ ରାଉଣ୍ଡ ସୁଦ୍ଧା ମୋଟ ୧,୦୩,୩୧୮ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୨୮,୦୭୧ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କୁ ୪,୨୮୭ ଖଣ୍ଡ ଭୋଟ ମିଳିଛି।

Comments are closed.