ବିଜେପୁର ଉପନିର୍ବାଚନ ଫଳାଫଳ:୧୨ ରାଉଣ୍ଡ ସୁଦ୍ଧା ବିଜେଡି ୫୯,୬୬୬ ଖଣ୍ଡ ଭୋଟରେ ଆଗୁଆ

ବରଗଡ: ବରଗଡ଼ ଜିଲାର ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ଚାଲିଥିବା ଭୋଟ ଗଣତିର ୧୨ ରାଉଣ୍ଡ ଶେଷ ହୋଇଛି।୧୨ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୫୯,୬୬୬ଖଣ୍ଡ ଭୋଟରେ ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୧୨ ରାଉଣ୍ଡ ସୁଦ୍ଧା ମୋଟ ୮୨,୮୯୩ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୨୩,୨୨୭ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କୁ ୩,୪୨୨ ଖଣ୍ଡ ଭୋଟ ମିଳିଛି।

Comments are closed.