ବିଜେପୁର ଉପନିର୍ବାଚନ ଫଳାଫଳ:୧୦ମ ରାଉଣ୍ଡ ସୁଦ୍ଧା ବିଜେଡି ୫୨,୧୪୨ ଖଣ୍ଡ ଭୋଟରେ ଆଗୁଆ

ବରଗଡ: ବରଗଡ଼ ଜିଲାର ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ଚାଲିଥିବା ଭୋଟ ଗଣତିର ୧୦ମ ରାଉଣ୍ଡ ଶେଷ ହୋଇଛି। ୧୦ମ ରାଉଣ୍ଡରେ ବିଜେଡି ୫୨,୧୪୨ଭୋଟରେ ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୧୦ମ ରାଉଣ୍ଡ ସୁଦ୍ଧା ମୋଟ ୭୧,୨୨୯ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୧୯,୦୮୭ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କୁ ୨,୭୭୩ ଖଣ୍ଡ ଭୋଟ ମିଳିଛି।

Comments are closed.