ନିର୍ବାଚନରେ ନିରପେକ୍ଷତା ଅବଲମ୍ବନ କରାଯିବ – ପୁଲିସ୍‍ ଡିଜି

ବରଗଡ଼: ଆସନ୍ତା ୨୧ ତାରିଖରେ ହେବାକୁଥିବା ବରଗଡ଼ ବିଜେପୁର ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ବୃଦ୍ଧି ପାଇଛି। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଏବଂ କଂଗ୍ରେସ ସେମାନଙ୍କ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଥିବା ବେଳେ ବୁଧବାର ପୁଲିସ୍‍ ଡିଜି ବି.କେ. ଶର୍ମାଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍‍ ଡିଜି ବି.କେ ଶର୍ମା କହିଛନ୍ତି, ଏହି ନିର୍ବାଚନରେ ନିର୍ବଚାନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ନିରପେକ୍ଷତା ଅବଲମ୍ବନ କରାଯିବ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩୦ ପ୍ଲାଟୁନ୍‍ ଫୋର୍ସ ନିୟୋଜନ ସହ ୧୫ଟି ସ୍ଥାନରେ ସିସିଟିଭି ଲଗାଯିବା ପାଇଁ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଏଥିରେ ଚାରି ପ୍ଲାଟୁନ ସିଆର୍‍ପିଏଫ୍‍, ଏବଂ ୩ ପ୍ଲାଟୁନ୍‍ ଏସ୍‍ଏସ୍‍ ବାଟାଲିୟନକୁ ନିୟୋଜନ କରାଯିବ। ଏହି ଉପନିର୍ବାଚନ ପାଇଁ ଅସାମାଜିକ ଲୋକଙ୍କୁ ଗିରଫ କରିବା କାର୍ଯ୍ୟ ଇତିମଧ୍ୟରେ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଅସାମାଜିକ କାର୍ଯ୍ୟକଳାପ ରୋକିବା ପାଇଁ ଏସ୍‍ଓଜି ଏବଂ ଡିଭିଏଫ୍‍ ମୁତୟନ କରାଯିବ ବୋଲି ପୁଲିସ୍‍ ଡିଜି ଶର୍ମା କହିଛନ୍ତି।

Comments are closed.