ବିଜେପୁର ଉପନିର୍ବାଚନ ପାଇଁ ପୋଲିଂ ଅଧିକାରୀଙ୍କୁ ତାଲିମ

ବରଗଡ଼: ବିଜେପୁର ଉପନିର୍ବାଚନ ପାଇଁ ରାଜନୈତିକ ଦଳ ମାନେ ଯେତିକି ତତ୍ପର ତାଠାରୁ ବେଶୀ ତତ୍ପର ରହିଛି ଜିଲ୍ଲା ପ୍ରଶାସନ। ଆସନ୍ତା ୨୧ତାରିଖ ହେବାକୁ ଥିବା ଏହି ଉପନିର୍ବାଚନକୁ କିପରି ସଫଳ ଭାବେ କରାଯାଇ ପାରିବ ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି । ଗୁରୁବାର ଏଥିପାଇଁ ଜିଲ୍ଲାର ଦୁଇଟି ସ୍ଥାନରେ କର୍ମଚାରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ନିର୍ବାଚନ ପ୍ରଚାରରେ ଭାଗ ନେବାକୁ ଥିବା ପ୍ରିଜାଇଡିଂ ଅଫିସର,ପ୍ରଥମ ପୋଲିଂ ଅଫିସର ଓ ଅଧିକାରୀ ମାନଙ୍କୁ ମାଷ୍ଟର ଟ୍ରେନର ମାନଙ୍କ ଦ୍ୱାରା ଏହି ତାଲିମ ଦିଆଯାଉଛି ।ବରଗଡ଼ ଠାରେ ଥିବା ଜର୍ଜ ହାଇସ୍କୁଲର ୫ଟି କୋଠରୀରେ ୨୫୦ଜଣଙ୍କୁ ତାଲିମ ଦିଆଯାଉଛି । ସେହିପରି ପଦ୍ମପୁର ଠାରେ ଥିବା ଅଂଚଳ ମହାବିଦ୍ୟାଳୟ ଠାରେ ୩ଟି କୋଠରୀରେ ୧୩୫ଜଣଙ୍କୁ ଏହି ତାଲିମ ପ୍ରଦାନ କରାଯାଉଛି । ବରଗଡ଼ରେ ଖୋଦ ଜିଲାପାଳ ଏହାର ତଦାରଖ କରୁଥିବା ବେଲେ ପଦ୍ମପୁରରେ ଅତିରିକ୍ତ ଜିଲାପାଳଙ୍କ ତତ୍ୱାବଧାନରେ ଏହା ଚାଲୁଛି । ଇଭିଏମ ଓ ଭିଭିପ୍ୟାଟ ପରିଚାଳନା ସହିତ ଦିବ୍ୟାଙ୍ଗ ମାନେ କିପରି ଭୋଟଦେବେ ତା ଉପରେ ଅଧିକ ଧ୍ୟାନ ଦିଆଯାଉଥିବା ଜିଲାପାଳ ଜ୍ୟୋତିରଞ୍ଜନ ପଧାନ କହିଛନ୍ତି ।

Comments are closed.