ବିଜେପୁର ଉପନିର୍ବାଚନ; ୧୪ଟି ଟେବୁଲରେ ୧୦୩ ଅଧିକାରୀ ଗଣିବେ ଭୋଟ୍

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ୭୯ ପ୍ରତିଶତ ମତଦାନ ସାବ୍ୟସ୍ତ ହୋଇଥିବା ବେଳେ ଆସନ୍ତା ଗୁରୁବାର ଅର୍ଥାତ୍ ୨୪ ତାରିଖରେ ଦିନ ଭୋଟ ଗଣତି ହେବ। ଭୋଟ ଗଣତି ପାଇଁ ୧୪ଟି କାଉଣ୍ଟିଂ ଟେବୁଲ୍‌ ରହିବ। ଏଥିରେ ୧୦୩ ଜଣ ଅଧିକାରୀ ଭୋଟ୍‌ ଗଣତି କରିବେ। ପ୍ରତ୍ୟେକ ଟେବୁଲ୍‌ ପାଇଁ ଜଣେ ଲେଖାଏଁ ମାଇକ୍ରୋ ଅବ୍‌ଜର୍ଭର ରହିବେ। ୧୪ଟି ଟେବୁଲ୍‌ ମଧ୍ୟରୁ ଗୋଟିଏ ଟେବୁଲ୍‌ ଭିଭିପାଟ୍‌ କାଉଣ୍ଟିଂ ପାଇଁ ରହିବ। ବରଗଡ଼ର ପଦ୍ମପୁରରେ ଏହି ଭୋଟ ଗଣତି ହେବ। ପୂର୍ବଥର ଅପେକ୍ଷା ଏଥର ମତଦାନ ଅଧିକ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.