ବିଜେପୁର ପାଇଁ ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜନୈତିକ ପାଣିପାଗ ଗରମ ରହିଛି। ଗୁରୁବାର ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ତାର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି। ଏହି ତାଲିକାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ମନ୍ତ୍ରୀ ,ସାଂସଦ ଏବଂ ବିଧାୟକ ସାମିଲ ଅଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୧୭ ଓ ୧୮ ତାରିଖରେ ବିଜେପୁରରେ ପ୍ରଚାର ମଇଦାନକୁ ଓହ୍ଲାଇ ପ୍ରଚାର ସହ ରୋଡ୍ ସୋ କରିବେ। ନବୀନ ପଟ୍ଟନାୟକଙ୍କ ସହ ପ୍ରଫଲ ମଲ୍ଲିକ, ପ୍ରଦିପ ଅମାତ,ପଦ୍ମନାଭ ବେହେରା, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରସନ୍ନ ଆଚାର୍ୟ୍ୟ,ଅନଙ୍କ ଉଦୟ ସିଂଦେଓ ,ମଙ୍ଗଳା କିଷାନ, ଦେବୀ ମିଶ୍ର,ନିରଞ୍ଜନ ପୂଜାରୀ,ବିକ୍ରମ କେଶରୀ ଆରୁଖ,ନବ ଦାସ,କିଶୋର ମହାନ୍ତି,ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ ,ଅନୁଭବ ମହାନ୍ତି, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ ,ରାସେଶ୍ବରୀ ପାଣିଗ୍ରାହୀ,ଶ୍ରୀମୟୀ ମିଶ୍ର,ଦିବ୍ୟଶଙ୍କର ମିଶ୍ର,ରୋହିତ ପୂଜାରୀ,ଦେବେଶ ଆଚାର୍ୟ୍ୟ,ପ୍ରଭାସ ସିଂହ ,ଅରିନ୍ଦମ ରାୟ ଓ କୁନା ତ୍ରିପାଠି ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ଅଛନ୍ତି।

Comments are closed.