ବିଜେପୁର ନିର୍ବାଚନ ପାଇଁ ସରକାରୀ ଛୁଟି ଘୋଷଣା

ଭୁବନେଶ୍ବର: ବିଜେପୁରରେ ଉପନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମତଦାନ ଦିନ ଅର୍ଥାତ ୨୧ତାରିଖ ସୋମବାରକୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଇଛି। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ଶୁକ୍ରବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜସ୍ବ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ନିର୍ଦେଶକ୍ରମେ ସ୍ବତନ୍ତ୍ର ଶାସନ ସଚିବ ଶଶଧର ନାୟକ ଜାରି କରିଥିବା ନିର୍ଦେଶନାମାରେ ମତଦାନ ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ସହିତ କର୍ମଚାରୀଙ୍କୁ ସବୈତନିକ ଛୁଟି ଦେବାକୁ କୁହାଯାଇଛି। ଉକ୍ତଦିନ ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନ ସହିତ ମାଜିଷ୍ଟ୍ରେଟ କୋର୍ଟ ମଧ୍ୟ ବରଗଡ଼ର ବିଜେପୁରରେ ବନ୍ଦ ରହିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

Comments are closed.