ବିଜେଡ଼ି ସଂସଦୀୟ ଦଳ ବୈଠକ; କେନ୍ଦ୍ରକୁ ଘେରିବାକୁ ବିଜେଡି ପ୍ରସ୍ତୁତ

0

ଭୁବନେଶ୍ୱର : ରବିବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡ଼ିର ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଛି । ସଂସଦର ଶୀତକାଳୀନ ଅଧିବେଶନରେ ଦଳର ରଣନୀତି ନେଇ ଏହି ବୈଠକରେ ଆଲୋଚନା ହୋଇଛି । ଆସନ୍ତା ୧୧ ତାରିଖରେ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିଜେଡ଼ି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ୨୦୧୯ ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ମୁଦ୍ଦା ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିଜେଡ଼ି ସୁପ୍ରିମୋ ନବୀନ ସାଂସଦମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବୋଲି ସୂଚନା ମିଳିଛି । ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବି, ଚାଷୀ ସମସ୍ୟା, ପୋଲାଭରମ, ମହାନଦୀ, ଏବଂ ଏସସିଏସଟି ଛାତ୍ରଛାତ୍ରୀଙ୍କ ଭତ୍ତା ଅନୁଦାନ ହ୍ରାସ ପ୍ରସଙ୍ଗ ସଂସଦରେ ବିଜେଡ଼ି ଉପସ୍ଥାପନ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହା ସହ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ମଧ୍ୟ ପ୍ରସ୍ତାବ ରଖାଯିବ ବୋଲି ବୈଠକ ପରେ ମୁଖପାତ୍ର ସୂଚନା ଦେଇଛନ୍ତି ।

Leave A Reply