ଦିବ୍ୟାଙ୍ଗ ହେଲେ ବି ବିଜୟିନୀ, ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ପାଦରେ ଲେଖିଲେ ଉତ୍ତର

ଭୋପାଳ . – ବିଦ୍ୟାଙ୍ଗ ହେଲେ ବି ଦୃଢ ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାର ମାନିଛି ।  ମଧ୍ୟପ୍ରଦେଶ ଛତରପୁର ୧୯ ବର୍ଷୀୟ ଦିବ୍ୟାଙ୍ଗବାଳିକା  ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ପାଦରେ ଉତ୍ତର ଲେଖିଛନ୍ତି । ମମତା ପଟେଲ ନାମକ ବାଳିକା ପିଲାବେଳୁ ଦିବ୍ୟାଙ୍ଗ, ହେଲେ ତାଙ୍କର ଦୃଢ ଇଚ୍ଛା ଶକ୍ତି ଯୋଗୁଁ ସେ ପାଠ ପଢି ଶିକ୍ଷିତ ହୋଇ ପାରିଛନ୍ତି । ଏଥିପାଇଁ ତାଙ୍କର ପିତାମାତାଙ୍କୁ ସମର୍ଥନ ଦେଇଛନ୍ତି। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲେ ବି ମମତାଙ୍କ ପିତାମାତା ତାଙ୍କୁ ଆଗକୁ ବଢିବା ପାଇଁ ସବୁବେଳେ ସମର୍ଥନ ଦେଇ ଆସିଛନ୍ତି ।

ହାତ ନ ଥିବାରୁ ମମତାଙ୍କ ପିତା ତାଙ୍କୁ ପିଲାବେଳୁ ପାଦରେ ଲେଖିବା ପାଇଁ ଉତ୍ସାହିତ କରିଥିଲେ । ଏଥିରେ ସେ ସଫଳ ହୋଇଥିଲେ । ଏବେ ମମତା ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ନିଜର ସଫଳ ଯାତ୍ରା କରିଥିବା ବେଳେ ଆଗକୁ ସେ ରୋଜଗାରକ୍ଷମ ହୋଇ ପାରିବେ  ବୋଲି ଲକ୍ଷ୍ୟ ରଖିଛନ୍ତି।

Comments are closed.