ବିଜୟାରାଜେ ସିନ୍ଧିଆଙ୍କ ସମ୍ମାନାର୍ଥେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୨ରେ ଆୟୋଜିତ ଏକ ଭର୍ଚୁଆଲ ସମାରୋହରେ ଶ୍ରୀମତୀ ବିଜୟାରାଜେ ସିନ୍ଧିଆଙ୍କ ସମ୍ମାନାର୍ଥେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ। ଶ୍ରୀମତୀ ବିଜୟାରାଜେ ସିନ୍ଧିଆ ଗ୍ୱାଲିଅର ରାଜମାତା ଭାବରେ ଜଣାଶୁଣା। ବିଜୟାରାଜ ସିନ୍ଧିଆଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଏହି ମୁଦ୍ରା ଉନ୍ମୋଚନ ହେଉଛି। ଏହି ଉତ୍ସବର ଏକ ଅଂଶ ଭାବରେ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା କରାଯାଇଥିଲା।

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଶ୍ରୀମତୀ ସିନ୍ଧିଆଙ୍କ ଜନ୍ମ ବାର୍ଷିକୀରେ ଏହି ମୁଦ୍ରା ପ୍ରକାଶ ପାଇବ। ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରୀମତୀ ସିନ୍ଧିଆଙ୍କ ପରିବାର ସଦସ୍ୟଙ୍କ ସହିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି ସମାରୋହରେ ଯୋଗଦେବେ।

Comments are closed.