ବିଜୟ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ଜନ୍ମସ୍ଥାନରେ ଦୀପଦାନ କଲେ ଗ୍ରାମବାସୀ

କେନ୍ଦ୍ରାପଡା : ବିଶିଷ୍ଠ ଓଡିଆ ଚଳଚ୍ଚିତ୍ର ତାରକା ବିଜୟ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ାର ପାଣ୍ଡିରି ଗ୍ରାମରେ ସମୁହ ଦୀପ ଦାନ ଓ ପୂଜାର୍ଚ୍ଚନା କରାଯାଇଛି। ଗାଁରେ ରହୁଥିବା ବିଜୟ ମହାନ୍ତିଙ୍କ ପରିବାର ସଦସ୍ୟମାନେ କୂଳ ଦେବତା ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ଦୀପ ଦାନ କରି ତାଙ୍କ ଆରୋଗ୍ୟ କାମନା କରିଛନ୍ତି।

୧୯୫୦ ମସିହାରେ ବିଜୟ ମହାନ୍ତି ପାଣ୍ଡିରି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ଗାଁରେ ହିଁ ତାଙ୍କର ବାଲ୍ୟକାଳ କଟିଥିଲା। ଗାଁରେ ଶିକ୍ଷା ଗ୍ରହଣ କରି ଶେଷରେ ଅଭିନୟ ଶିକ୍ଷା ପାଇଁ ନ୍ୟାସନାଲ୍ ସ୍କୁଲ ଅଫ ଡ୍ରାମାରେ ଯୋଗଦେଇଥିଲେ। ହାଇଦ୍ରାବାଦରେ ତାଙ୍କ ଅସୁସ୍ଥତା ଖବର ପାଇ ଗାଁରେ ଥିବା ପରିବାର ଲୋକେ ବ୍ୟସ୍ତ ହୋଇପଡିଥିଲେ। ଲକ୍ ଡାଉନ୍ ପରେ ସେ ଗାଁକୁ ଆସି ବୁଲିଯିବା ପାଇଁ କହି ଯାଇଥିଲେ। ପରିବାର ସଦସ୍ୟ ରବିନ୍ ବିହାରୀ ମହାନ୍ତି, ଚନ୍ଦ୍ର ଶେଖର ମହାନ୍ତି, ପଦ୍ମନାଭ ମହାନ୍ତି, ଅରୁଣ ବିହାରୀ ମହାନ୍ତି, ଜୀବନକ୍ଷ ନନ୍ଦ ମହାନ୍ତି, ହରେକୃଷ୍ଣ ମହାନ୍ତି, ମାତୃଦତ୍ତ ମହାନ୍ତି, ରବିନ୍ଦ୍ର ମହାନ୍ତି ପ୍ରମୁଖ ବିଜୟ ମହାନ୍ତିଙ୍କ ପାଇଁ ପ୍ରାର୍ଥନା କରିଛନ୍ତି।

Comments are closed.