୫ ସୁଦ୍ଧା ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣ

ମୁମ୍ବଇ : ବହୁ କୋଟି​ ଟଙ୍କାର ବ୍ୟାଙ୍କ ଋଣ ଠକିଥିବା ମଦ ବ୍ୟବସାୟୀ ତଥା କିଙ୍ଗଫିଶର ଏୟାରଲାଇନ୍ସର ପୂର୍ବତନ ଅଧ୍ୟକ୍ଷ ବିଜୟ ମାଲ୍ୟାଙ୍କୁ ଅକ୍ଟୋବର ପ୍ରଥମ ସପ୍ତାହରେ ଲଣ୍ଡନରୁ ଭାରତ ଅଣାଯିବ। ଏ ନେଇ ଭାରତ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା ତ୍ବରିତ କରାଯାଇଛି। ଏସବୁ ପ୍ରଚେଷ୍ଟା ସଫଳ ହେଲେ ଅକ୍ଟୋବର ୫ ସୁଦ୍ଧା ମାଲ୍ୟାଙ୍କର ଭାରତକୁ ପ୍ରତ୍ୟର୍ପଣ ହେବା ସମ୍ଭବପର ହେବ। ମାଲ୍ୟାଙ୍କୁ ଅକ୍ଟୋବର ୫ରେ ଭାରତର ସର୍ବୋଚ୍ଚ ଅଦାଲତରେ ହାଜର କରାଇବାର ସମ୍ଭାବନା ରହିଛି। ଏ ନେଇ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଥିବା ଭାରତ ପକ୍ଷରୁ ବ୍ରିଟେନର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ତେବେ ବର୍ତ୍ତମାନ ଏହି ପ୍ରସଙ୍ଗରେ ବ୍ରିଟେନରୁ କୌଣସି ସୁନିଶ୍ଚିତ ଉତ୍ତର ମିଳିନାହିଁ। ମାଲ୍ୟାଙ୍କ ପ୍ରତ୍ୟର୍ପଣ ନେଇ ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଭାରତର ଏହି ଅନୁରୋଧ ଉପରେ ବ୍ରିଟେନ୍‌ କର୍ତ୍ତୃପକ୍ଷ ବିଚାର କରିବେ ​ବୋଲି କହିଛନ୍ତି।

Comments
Loading...