ଭାରତ ସାମ୍ନାରେ ୩୩୮ରନର ବିଜୟ ଲକ୍ଷ୍ୟ

ଲଣ୍ଡନ : ବିଶ୍ଵକପ୍ କ୍ରିକେଟରେ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବହୁ ପ୍ରତୀକ୍ଷିତ ମ୍ୟାଚ୍ ଜାରି ରହିଛି । ତେବେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୩୩୭/୭ରନ ସଂଗ୍ରହ କରିଛି। ଜୋନି ବୈୟାରିଷ୍ଟୋଙ୍କ ଶତକ ୧୧୧(୧୦୯ବଲ),ଜେସନ୍‍ ରଏ ୬୬(୫୭ବଲ) ଏବଂ ବେନ୍‍ ଷ୍ଟୋକ୍ସ୍‍ଙ୍କ ଧୂଆଁଧାର ୭୯ରନ(୫୪ବଲ) ବଳରେ ଇଂଲଣ୍ଡ ୩୩୭ ରନ୍‍ ସଂଗ୍ରହ କରିପାରିଛି ।

ଭାରତ ପକ୍ଷରୁ ଏକମାତ୍ର ସଫଳ ବୋଲର ଭାବେ ମହମ୍ମଦ ସାମି ୧୦ ଓଭର ବୋଲିଂ କରି ୬୯ ରନ ବ୍ୟୟ କରିଥିବା ବେଳେ ୫ଟି ୱିକେଟ୍‍ ହାସଲ କରିଛନ୍ତି । କେବଳ ସାମିଙ୍କୁ ଛାଡି ଅନ୍ୟ ସମସ୍ତ ଭାରତୀୟ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଅବଶ୍ୟ ଯଶ୍‍ପ୍ରିତ ବୁମ୍‍ରାହ ୪୪ ରନ ଦେଇ ୧ୱିକେଟ୍‍ ହାସଲ କରିଥିଲେ ମଧ୍ୟ ନିଜର ଶାଣିତ ବୋଲିଂରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍‍ ମାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ। ହାର୍ଦିକ ପାଣ୍ଡ୍ୟା ୧୦ ଓଭର ବୋଲିଂ କରି ୬୦ ରନ ବ୍ୟୟ କରିଛନ୍ତି । ଦୁଇ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ୟୁଜବେନ୍ଦ୍ର ଚହଲ ୧୦ ଓଭର ବୋଲିଂ କରି ୮୮ରନ ବ୍ୟୟ କରି କୌଣସି ସଫଳତା ପାଇନଥିବା ବେଳେ କୁଲଦୀପ ଯାଦବ ୧୦ ଓଭର ବୋଲିଂ କରି ୭୨ ରନ ବ୍ୟୟ କରି ଗୋଟିଏ ୱିକେଟ୍‍ ପାଇବାରେ ସକ୍ଷମ ହୋଇଛନ୍ତି ।

Comments are closed.