ବିଜେପି ଛାଡିଲେ ବିଜୟ ମହାପାତ୍ର

0

ଭୁବନେଶ୍ବର: ଗୋଟିଏ ଦିନରେ ଦୁଇ ବରିଷ୍ଠ ନେତା ଦଳ ଛାଡିଛନ୍ତି । ଶୁକ୍ରବାର ସକାଳେ ରାଉରକେଲାର ବିଧାୟକ ଦିଲୀପ ରାୟ ପଦ ଓ ଦଳରୁ ଇସ୍ତଫା ଦେବା ପରେ, ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର ଦଳ ଛାଡିଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ବୋଲି ବିଜୟ ମହାପାତ୍ର କହିଛନ୍ତି । ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ହୋଇ ନାହିଁ ଏବଂ ଦିଲୀପ ବିଦେଶରୁ ଫେରିବା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବିଜୟ ମହାପାତ୍ର ଗଣମାଧ୍ୟମରେ କହିଛନ୍ତି । ୧୫ ଦିନ ପରେ ଯାହା କିଛି ନିଷ୍ପତ୍ତି ନେବୁ ତାହା ଜଣାଇବୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ୨୦୦୯ରେ ବିଜେପି​‌ରେ ଯୋଗ ଦେବା ଏକ ତରବରିଆ ନିଷ୍ପତ୍ତି ଥିଲା । ଓଡିଶା ପ୍ରତି ବିଜେପିର ନଷ୍ଠା ଓ ଆନ୍ତରିକତା ନଥିଲା । ତେଣୁ ସେ ବାଧ୍ୟ ହୋଇ ବିଜେପି ଛାଡିଛନ୍ତି ବୋଲି କହିଛନ୍ତି ।

Leave A Reply