ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ବିଜୟଙ୍କ ଅନ୍ତିମ ସଂସ୍କାର

ବିଶିଷ୍ଟ ଚଳଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ବିଜୟଙ୍କ ପରଲୋକ ଖବର ପାଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଅନ୍ତିମ ସଂସ୍କାର ନିମନ୍ତେ ନିର୍ଦେଶ ଦେଇଛନ୍ତି ।

ବିଜୟଙ୍କ ସମ୍ପର୍କରେ ସମ୍ୟକ ସୂଚନା

-୧୯୫୦ ମସିହାରେ କେନ୍ଦ୍ରାପଡ଼ାର ପଣ୍ଡିରିରେ ଜନ୍ମ ହୋଇଥିଲେ ଓ ବାରିପଦାରେ ବଢ଼ିଥିଲେ ବିଜୟ

-୧୯୭୭ରେ ‘ଚିଲିକା ତୀରେ’ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିଲେ ଓ ଏହି ଫିଲ୍ମ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଣିଦେଇଥିଲା ।

-ଗତ କିଛି ମାସ ଧରି ହାଇଦ୍ରାବାଦରେ ଏକ ହସପିଟାଲରେ ହୃଦ ରୋଗ ପାଇଁ ଚିକିତ୍ସିତ ହେଉଥିଲେ ।

-ଜୁନ୍‌ ୨୪ରେ ସେ ଓଡ଼ିଶା ଫେରିଥିଲେ ।

-ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୭୦ ବର୍ଷ ବୟସରେ ଦେହାନ୍ତ ।
-୧୮୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ବିଜୟ ମହାନ୍ତି
-୪ଟି ଚଳଚ୍ଚିତ୍ରରେ ଅଭିନୟ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ୪ ଫିଲ୍ମ- ଆରତି, ଏଇ ଆମ ସଂସାର, ମମତା ମାଗେ ମୂଲ, ଭାଇ ହେଲା ଭଗାରି ।
-୨୦୦୯ରେ ଅଜାତି ନାଟକ ପାଇଁ ମିଳିଲା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର
-୨୦୧୪ ମସିହାରେ ଜୟଦେବ ସମ୍ମାନ ପାଇଥିଲେ ବିଜୟ ।
-୨୦୧୪ ମସିହା ଲୋକ ସଭା ନିର୍ବାଚନରେ ସେ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସ ଟିକେଟରେ ନିର୍ବାଚନ ମଧ୍ୟ ଲଢିଥିଲେ ବିଜୟ

Comments are closed.