ସୁସ୍ଥ ହେଉଛନ୍ତି ଅଭିନେତା ବିଜୟ ମହାନ୍ତି, ସହାୟତା ପାଇଁ ଅଣ୍ଟାଭିଡିଲା ସଂସ୍କୃତି ବିଭାଗ

ଭୁବନେଶ୍ବର: ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ସେ ସ୍ବତନ୍ତ୍ର ଆଇସିୟୁ‌େ‌ର ଥିବାବେଳେ ୪୮ ଘଣ୍ଟା ନିରୀକ୍ଷଣରେ ରହିବେ। ଏହାରି ଭିତରେ ତାଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଛି। ଡାକ୍ତରମାନେ ତାଙ୍କର ଅ‌େ‌ସ୍ତ୍ରାପଚାର ବିଷୟରେ ଯାଞ୍ଚ କରୁଛନ୍ତି। ନମୁନା ରିପୋର୍ଟ ଆସିବା ପରେ ଚିକିତ୍ସା କାର୍ଯ୍ୟ ଅଧିକ ତ୍ବରାନ୍ବିତ କରାଯିବ। ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ତାଙ୍କର ଚୁଟି ଏବଂ ଦାଢିକୁ କାଟି ଦିଆଯାଇଛି। ତାଙ୍କ ଝିଅ ଏବଂ ପତ୍ନୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିବିଶେଷଙ୍କୁ ଦେଖାକରିବା ପାଇଁ ଅନୁମତି ଦିଆଯାଉନାହିଁ ବୋଲି ଅଖିଳ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଗତକାଲି ହାଇଦରାବାଦରୁ ଅଭିନେତା ବିଜୟ ମହାନ୍ତି ଆସିବା ପରେ ଆଜି ଓଲିଉଡର ଅନେକ କଳାକାର ଦେଖାକରିବା ନିମନ୍ତେ ହସ୍ପିଟାଲ ଯାଇଥିଲେ। କିନ୍ତୁ ଡାକ୍ତର ଦେଖାକରିବା ନିମନ୍ତେ ଅନୁମତି ଦେଇନଥିଲେ। କେବଳ କଳାକାର ନୁହନ୍ତି ସଂସ୍କୃତି ବିଭାଗର ଅଧିକାରୀମାନେ ମଧ୍ୟ ଯାଇଥିଲେ। ଏମାନଙ୍କ ମଧ୍ୟରେ ଥିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସଂସ୍କୃତି ବିଭାଗ ଅତିରିକ୍ତ ସଚିବ ତଥା ସଙ୍ଗୀତ ନାଟକ ଏକାଡେମୀ ସଭାପତି ରାମକୃଷ୍ଣ ସାହୁ, ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ଗୁରୁ ବିଜୟ ଜେନାଙ୍କ ସମେତ ଅଭିନେତା ମୁନ୍ନା ଖାନ, ଓଏଫ୍‌ଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରମୁଖ ଯାଇଥିଲେ। ସମସ୍ତେ ଶ୍ରୀ ମହାନ୍ତିଙ୍କ ଆରୋଗ୍ୟ କାମନା କରିବା ସହିତ ସହାୟତା ପାଇଁ କହିଛନ୍ତି। ସିନେ ଆର୍ଟଷ୍ଟ ଆସୋସିଏସନ୍‌ ସାଧାରଣ ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି ସହାୟତା ନିମନ୍ତେ ଆମର କାର୍ଯ୍ୟକାରୀ ବୈଠକରେ ନିଷ୍ପତ୍ତି ହୋଇଛି। ଚିକିତ୍ସା କରୁଥିବା ଡାକ୍ତରଙ୍କ ସହିତ ଯୋଗାଯୋଗରେ ରହିଛୁ। ସେହିପରି ଏଏଫ୍‌ଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି ସରକାରଙ୍କୁ ମଧ୍ୟ ସହାୟତା ପାଇଁ କୁହାଯାଇଛି ଏଯାବତ୍‌ ତାଙ୍କର ଟଙ୍କା ଦରକାର ପଡିନାହିଁ। ଚିକିତ୍ସା କରୁଥିବା ଟିମ୍‌ ସହ କଥା ହୋଇଛୁ ଆଗକୁ ସମସ୍ତ ପ୍ରକାର ସହଯୋଗ କରାଯିବ। ସେହିପରି ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମ‌େନାରଞ୍ଜନ ପାଣିଗ୍ରାହୀ କହିଛନ୍ତି ବିଭାଗ ପକ୍ଷରୁ ଯାହା ସାହାଯ୍ୟ ଦିଆଯିବା କଥା ଦିଆଯିବ ଏଥିରେ ଦ୍ବିମତ ନାହିଁ। ଏଦିଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ସୂଚନା ଦିଆଯାଇଛି ଏବଂ ସ୍ବାସ୍ଥ୍ୟ ବିଭାଗ ଓଏସ୍‌ଟିଏଫ ଜରିଆରେ ମଧ୍ୟ ପ୍ରଦାନ କରାଯିବ। ବୁଧବାର ବିଭାଗ କାର୍ଯ୍ୟାଳୟ ଖୋଲିଲେ ଏଦିଗରେ ଅଧିକ ନିଷ୍ପତ୍ତି ନିଆଯିବ। ସୂଚନା ଅନୁସାରେ ଗତ ୨୭ ତାରିଖରୁ ଶ୍ରୀ ମହାନ୍ତିଙ୍କ ହୃଦଘାତରେ ହାଇଦରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଲାବନ୍ଦ ଯୋଗୁଁ ଆସିପାରୁନଥିବାବେଳେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହଯୋଗରେ ଗତକାଲି ଭୁବନେଶ୍ବରରେ ପହଞ୍ଚି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.