ମତଦାନ ବେଳେ ନକ୍ସଲ ହିଂସା; ୫ ନକ୍ସଲ ନିହତ ଓ ୫ କମାଣ୍ଡୋ ଗୁରୁତର

0

ବିଜାପୁର: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ବିଜାପୁରରେ ନକ୍ସଲ ହିଂସା ଦେଖିବାକୁ ମିଳିଛି । ବିଜାପୁର ପାମେଡ ଇଲାକାରେ ନକ୍ସଲ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ବିଜାପୁର ଏସପିଙ୍କ ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ଅଧିକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି ।  ମଧ୍ୟାହ୍ନ ସାଢେ ୧୨ଟାରେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଅତର୍କିତ ଗୁଳି ଚାଳନ କରିଥିଲେ । ନକ୍ସଲ ଗୁଳିରେ ୫ ଜଣ କୋବ୍ରା କମାଣ୍ଡୋ ଗୁରୁତର ହୋଇଥିବା ଜଣାପଡିଛି । ସୁରକ୍ଷାକର୍ମୀମାନେ ପାଲଟା ଜବାବରେ ୫ ଜଣ ନିକ୍ସଲ ନିହତ ହୋଇଥିବା ଜଣାପଡିଛି । ଖବର ଲେଖା ହେବା ଯାଏଁ ଘଟଣାସ୍ଥଳରେ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଥିଲା ।

ସୂଚନା ଯୋଗ୍ୟ, ଛତିଶଗଡ ବିଧାନ ସଭା ନିର୍ବାଚନ ପାଇଁ ସୋମବାର ପ୍ରଥମ ପର୍ଯ୍ୟାୟ ୧୮ଟି ଆସନରେ ମତଦାନ ଜାରି ରହିଛି । ନକ୍ସଲ ପ୍ରଭାବିତ ଅଞ୍ଚଳ ବସ୍ତର, ଦନ୍ତେୱାଡା,ରାଜନନ୍ଦଗାଁ, କାଙ୍କେର, କୋଣ୍ଡଗାଁ, ନାରାୟଣପୁର, ବିଜାପୁରରେ ବିଧାନ ସଭା ପାଇଁ ଭୋଟ୍ ଦାନ ଚାଲିଛି । ଛତିଶଗଡ଼ରେ ନିର୍ବାଚନ ବର୍ଜନ ପାଇଁ  ନକ୍ସଲ ସଂଗଠନ ପକ୍ଷରୁ ଆହ୍ବାନ ଦିଆଯିବା ସହ ୧୫ ଦିନ ମଧ୍ୟରେ ୩ଟି ବଡ ହିଂସା ଘଟିଛି।

Leave A Reply