ବିହାର ସରକାରୀ ସ୍କୁଲ୍‍ରେ ରାଜ୍ୟ ସଂଗୀତ ବାଧ୍ୟତାମୂଳକ

0

ପାଟନା: ସମସ୍ତ ସରକାରୀ ସ୍କୁଲ୍‍ରେ ପ୍ରାତଃ ପ୍ରାର୍ଥନା ଭାବେ ବିହାରର ରାଜ୍ୟ ସଂଗୀତକୁ ବାଧ୍ୟତାମୂଳକ କରିଛନ୍ତି ବିହାର ସରକାର। ସ୍କୁଲ୍‍ର ଛାତ୍ରଛାତ୍ରୀଙ୍କ ସମେତ କର୍ମଚାରୀ ଏହି ବୃନ୍ଦଗାନରେ ଭାଗ ନେବେ। ଡାକବାଜି ଯନ୍ତ୍ରରେ ବୃନ୍ଦଗାନର ପ୍ରଚାର କରାଯିବ। ଏହାଦ୍ୱାରା ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ମନୋଭାବ ଜାଗ୍ରତ ହେବ ବୋଲି ସରକାର କହିଛନ୍ତି।
ବିହାର ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଆର କେ ମହାଜନ ସମସ୍ତ ଜିଲା ଶିକ୍ଷାଧିକାରୀ ଓ ଜିଲା ପ୍ରକଳ୍ପ ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି। ଏହି ନିର୍ଦେଶ ଅନୁଯାୟୀ ରାଜ୍ୟରେ ଥିବା ୭୬ ହଜାର ସରକାରୀ ସ୍କୁଲ୍‍ରେ ଅଗଷ୍ଟ ୯ ତାରିଖରୁ ପ୍ରାର୍ଥନା ସଭା ବା ଚେତନା ସତ୍ର ଅନୁଷ୍ଠିତ ହେବ। ପ୍ରାର୍ଥନା ପରେ ପ୍ରେରଣାଦାୟୀ ଗଳ୍ପ ଓ କାହାଣୀ, ସମ୍ବାଦପତ୍ରର ଭଲ ଖବର ପାଠ କରାଯିବ। ଶେଷ ପିରିୟଡ୍‍ରେ ଖେଳ ଓ ଅନ୍ୟାନ୍ୟ ନୈପୁଣ୍ୟ ଉତ୍ସାହପ୍ରଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏବେ ‘ମେରି ରଫ୍‍ତାର ପେ ସୁରଜ କି କିରଣ ନାଜ୍‍ କରେ….. ତୁ ହି ରାମ ହେ, ତୁ ହି ରହିମ୍‍ ହେ…’କୁ ବିହାର ରାଜ୍ୟ ସଂଗୀତର ମାନ୍ୟତା ଦିଆଯାଇଛି।

Leave A Reply