ଯୋଜନା ବିଭାଗ ଅନୁଶାସନ ସଚିବଙ୍କ ଘରେ ପସି ହତ୍ୟା

0

ପାଟନା: ବିହାର ଆଶ୍ରୟ ଗୃହକୁ ନେଇ ଚର୍ଚ୍ଚାରେ ଥିବାବେଳେ ଉକ୍ତ ଘଟଣା ରାଜ୍ୟର ସୁରକ୍ଷା ବ୍ୟବସ୍ଥା ପ୍ରତି ସନ୍ଦେହ ସୃଷ୍ଟି କରୁଛି। ଦୀର୍ଘ ଦିନ ଧରି ପ୍ରଶାସନିକ ପ୍ରତ୍ୟକ୍ଷତାରେ ନାବାଳିକାଙ୍କ ଉପରେ ହୋଇଥିବା ଅତ୍ୟାଚାର ତଦନ୍ତକାରୀ ଅଧିକାରୀଙ୍କୁ ମଧ୍ୟ ଆଚମ୍ବିତ କରିଛି। ଘଟଣାକୁ ନେଇ ତଦନ୍ତ ଅବ୍ୟାହତ ରହିଥିବାବେଳେ ପୁଣି ଏକ ଘଟଣା ରାଜ୍ୟର ଆଇନ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜଧାନୀ ପାଟନାର ସଚିବାଳୟ ଥାନା ଅନ୍ତର୍ଗତ ଯୋଜନା ବିଭାଗ ଅନୁଶାସନ ସଚିବଙ୍କ ସରକାରୀ ବାସଭବନରେ କିଛି ଦୁବୃତ୍ତ ପଶିଯାଇ ଲୁଟ କରିବା ସହ ସଚିବ ରାଜୀବ କୁମାରଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ଗୁରୁତର ଅବସ୍ଥାରେ ରାଜୀବ କୁମାରଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା। ଚିକିତ୍ସାରତ ଅବସ୍ଥାରେ ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଛି। ଦୁବୃତ୍ତମାନେ ଲୁଟ ଅଭିପ୍ରାୟରେ ଅନୁଶାସନ ସଚିବଙ୍କ ସରକାରୀ ବାସଭବନରେ ପ୍ରବେଶ କରିଥିଲେ। ଏହି ସମୟରେ ରାଜୀବଙ୍କ ସରକାରୀ ବାସଭବନରେ ୩ଜଣ ଥିଲେ। ଦୁବୃତ୍ତମାନେ ସେମାନଙ୍କୁ ଏକ କୋଠରୀରେ ବନ୍ଦ କରିଦେଇ ସୁନା ଅଳଙ୍କାର, ନଗଦ ଟଙ୍କା ଲୁଟି ନେଇଥିଲେ। ଯିବା ପୂର୍ବରୁ ସେମାନେ ରାଜୀବଙ୍କୁ ଗୁଳି କରି ହତ୍ୟା କରିଥିଲେ।

Leave A Reply