୧୭ଟି ଆଶ୍ରୟସ୍ଥଳ ନିର୍ଯାତନା ମାମଲାର ତଦନ୍ତ କରିବ ସିବିଆଇ: ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବୁଧବାର ବିହାର ଆଶ୍ରୟସ୍ଥଳ ନିର୍ଯାତନା ମାମଲାର ଶୁଣାଣି ହୋଇଛି। ଶୁଣାଣି ପ୍ରାରମ୍ଭରେ ସୁପ୍ରିମକୋର୍ଟ ବିହାର ପୁଲିସର କାର୍ଯ୍ୟକାରିତାକୁ ନେଇ ସମାଲୋଚନା କରିବା ସହ ବିହାରରେ ଆଶ୍ରୟସ୍ଥଳ ନିର୍ଯାତନା ସମ୍ପର୍କିତ ସମସ୍ତ ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦେଶ ଦେଇଛନ୍ତି। ଏପରିକି ବିହାରର ଅନ୍ୟାନ୍ୟ ଆଶ୍ରୟଗୃହରେ ଅନ୍ତେବାସୀଙ୍କ ସୁରକ୍ଷା ସମ୍ବନ୍ଧରେ ସତ୍ୟପାଠ ଦାଖଲ ପାଇଁ ବିହାର ସରକାର ଅଧିକ ସମୟ ମାଗିଥିବା ବେଳେ ସୁପ୍ରିମକୋର୍ଟ ତାହାକୁ ଅଗ୍ରାହ୍ୟ କରିଛନ୍ତି। ଏଥିସହିତ ମାମଲା ପରିଚାଳନା ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଛନ୍ତି ସୁପ୍ରିମକୋର୍ଟ।
ପୂର୍ବରୁ ମୁଜଫରପୁର ଆଶ୍ରୟସ୍ଥଳରେ ନିର୍ଯାତନା ମାମଲା ସିବିଆଇ ଦ୍ୱାରା କରାଯାଉ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିହାର ଅନ୍ୟାନ୍ୟ ଆଶ୍ରୟ ଗୃହରେ ଅନୁରୂପ ଅପରାଧ ଚାଲିଥିବା ପ୍ରମାଣିତ ହୋଇଥିଲା। ମୋଟ୍‍ ୧୭ଟି ଆଶ୍ରୟସ୍ଥଳ ମାମଲାର ତଦନ୍ତ ଚାଲିଥିବାବେଳେ ଏବେ ଏସବୁ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ କରିବ।
ସୁପ୍ରିମକୋର୍ଟଙ୍କ ଏଭଳି ନିର୍ଦେଶ କାର୍ଯ୍ୟକାରୀ କରିବା ପାଇଁ ପୂର୍ବରୁ ବିହାର ସରକାର ୭ଦିନ ସମୟ ମାଗିଥିଲେ। ତେବେ କୋର୍ଟ ରାଜ୍ୟ ସରକାରଙ୍କ ଏହି ଆବେଦନକୁ ଖାରଜ କରି ଆସନ୍ତା ବର୍ଷ ଜାନୁୟାରୀ ୩୧ ସୁଦ୍ଧା ମାମଲା ସମ୍ପର୍କର୍ିତ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦେଶ ଦେଇଛନ୍ତି। ଅପରପକ୍ଷରେ ବିହାର ଆଶ୍ରୟଗୃହ ନିର୍ଯାତନା ମାମଲା ଓ ଅନ୍ୟାନ୍ୟ ମାମଲାର ତଦନ୍ତ କରୁଥିବା ସିବିଆଇ ଅଧିକାରୀଙ୍କୁ ଏହି ସମୟସୀମା ମଧ୍ୟରେ ବଦଳି ନ କରିବା ପାଇଁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Leave A Reply