ପରିବାର ଲୋକେ ୧୪ ବର୍ଷ ହେବ ଝିଅ ଭାବି ପାଳୁଥିଲେ, ପରୀକ୍ଷାରୁ ଜଣାପଡ଼ିଲା ପୁଅ

0

ପାଟନା : ବିହାରରେ ଏକ ଅଜବ ଘଟଣା ସାମ୍ନାକୁ ଆସୁଛି। ଏଠାରେ ଗୋଟିଏ ପରିବାର ଲୋକେ ନିଜ ପୁଅକୁ ୧୪ ବର୍ଷ ହେଲା ଝିଅ ଭାବି ପାଳୁଥିଲେ। ପରେ ଡାକ୍ତର ପରୀକ୍ଷାରୁ ପ୍ରକୃତରେ ଝିଅ ନୁହେଁ ସେ ପୁଅ ବୋଲି ଜଣାପଡ଼ିଥିଲା। ପରିବାର ଲୋକଙ୍କ କହିବା ଅନୁସାରେ ଯାହାକୁ ଝିଅ ଭାବି ପାଳୁଥିଲେ ସେ ପ୍ରକୃତରେ ଏକ ପୁଅ ବୋଲି ଜାଣିନଥିଲେ। ଏବେ ଏହି ଘଟଣାରେ ପରିବାର ଲୋକେ ଆଶ୍ଚର୍ଯ୍ୟ ଓ ହତବାକ୍‍ ହୋଇପଡ଼ିଛନ୍ତି। ଆଇଜିଆଇଏମ୍‍ଏସ୍‍ ଜେନେଟିକ୍‍ ସାଇନ୍ସ ବିଭାଗ ଡାକ୍ତରଙ୍କ କହିବା ଅନୁସାରେ ୧୪ ବର୍ଷିୟ ପୁଅଟିର ଗୁପ୍ତାଙ୍ଗ ଜନ୍ମରୁ ବିକୃତ ଥିଲା। ତେଣୁ ସମେସ୍ତ ତାକୁ ଝିଅ ବୋଲି ଭାବୁଥିଲେ। ତିନିଟି ପର୍ଯ୍ୟାୟରେ ଅସ୍ତ୍ରୋପଚାର କରି ଏହି ଗୁପ୍ତାଙ୍ଗକୁ ସୁଧାରି ଦିଆଯାଇଛି।
ବିହାର ଜାହାନାବାଦ୍‍ ନିବାସୀ ଅମିତ (କାଳ୍ପନିକ ନାମ)ଙ୍କ ପରିବାର ଲୋକେ କହିଛନ୍ତି ଯେ ୧୪ ବର୍ଷ ହେବ ସେମାନେ ଅମିତକୁ ଝିଅ ଭାବେ ପାଳୁଥିଲେ। ସେ ଝିଅଙ୍କ ପର୍ବ ପାଳୁଥିଲା, ଝିଅଙ୍କ ସହ ସାଙ୍ଗ ହେଉଥିଲା ଓ ଝିଅଙ୍କ ଭଳି ବସ୍ତ୍ର ବି ପରିଧାନ କରୁଥିଲା। ଅମିତର ଗୁପ୍ତାଙ୍ଗ ଏବଂ ଛାତି ଝିଅଙ୍କ ଭଳି ଥିଲା। ତେଣୁ ପରିବାର ଲୋକେ ତାର ନାମ ଅନିତା (କାଳ୍ପନିକ ନାମ) ରଖିଥିଲେ। ହେଲେ ତାର ବ୍ୟବହାର ପୁଅ ଭଳି ଥିଲା। ପୁଅ ଭଳି ବ୍ୟବହାର ବଢିବା ପରେ ପରିବାର ଲୋକେ ସନ୍ଦେହ କରି ତାକୁ ଡାକ୍ତରଙ୍କ ପାଖକୁ ନେଇଥିଲେ। ଡାକ୍ତର ପରୀକ୍ଷାରୁ ସେ ଝିଅ ନୁହେଁ ପୁଅ ବୋଲି ଜାଣିବାକୁ ପାଇଥିଲେ। ତା ପେଟରୁ ପୁରୁଷ ପ୍ରଜନନ ଅଙ୍ଗ ମିଳିଛି।

Leave A Reply