ପ୍ରଥମ ଥର ଲୋକସଭା ନିର୍ବାଚନ ପାଇଁ ଭୋଟଦେଲେ ଯୋଡାମୁଣ୍ଡ ଭଉଣୀ

ନୁଆଦିଲ୍ଲୀ : ଲୋକସଭା ନିର୍ବାଚନରେ ୨୦୧୯ର ୭ମ ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି। ଏହି ମତଦାନ ସମୟରେ ବିହାରର ପାଟନା ଯୋଡା ମୁଣ୍ଡ ଭଉଣୀ ନିଜର ପ୍ରଥମ ମତଦାନ ସାବ୍ୟସ୍ତ କରିଛନ୍ତି। ସବା ଓ ଫରାହ ନାମକ ଦୁଇ ଭଉଣୀ ଅଲଗା ଅଲଗା ଭୋଟଦାନ କରିଛନ୍ତି। ପାଟନା ଜିଲା ଅଧିକାରୀଙ୍କ କହିବା ଅନୁସାରେ, ଦୁଇ ଭଉଣୀଙ୍କ ମୁଣ୍ଡ ଗୋଟିଏ, କିନ୍ତୁ ସେମାନଙ୍କ ବିଚାର ଅଲଗା। ତେଣୁ ସେମାନଙ୍କ ଭୋଟ ଅଧିକାରକୁ ବଞ୍ଚିତ କରାଯାଇପାରିବ ନାହିଁ। ନିର୍ବାଚନ ଆୟୋଗ ଉଭୟ ଭଉଣୀଙ୍କ ଅଲଗା ଅଲଗା ପରିଚୟ ପତ୍ର ପ୍ରଦାନ କରିଛନ୍ତି।
ବିହାର ୨୦୧୫ ବିଧାନସଭା ନିର୍ବାଚନରେ ଉଭୟ ଭଉଣୀଙ୍କ ଗୋଟିଏ ଭୋଟ ପରିଚୟ ପତ୍ର ହୋଇଥିଲା। ତେଣୁ ସେମାନେ ଗୋଟିଏ ଭୋଟ ପ୍ରଦାନ କରିଥିଲେ। ଏହି ଦୁଇ ଭଉଣୀ ପାଟନା ସମନପୁରା ଉଦର ପ୍ରାଥମିକ ବିଦ୍ୟାଳୟରେ ଭୋଟ ଦେଇଥିଲେ। ଭୋଟଦେବା ସମୟରେ ଦୁଇ ଭଉଣୀ ବେଶ ଖୁସି ଥିବା ଦେଖିବାକୁ ମିଳିଛି।

Comments are closed.