ବିହାର ମୁଙ୍ଗେର ଗୁଳିକାଣ୍ଡ ଘଟଣା : ନିର୍ବାଚନ ଆୟୋଗଙ୍କ କଡା କାର୍ଯ୍ୟାନୁଷ୍ଠାନ, ପଦରୁ ହଟିଲେ ଜିଲାପାଳ ଓ ଏସପି

ପାଟଣା : ବିହାରର ମୁଙ୍ଗେରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ହୋଇଥିବା ହିଂସାକାଣ୍ଡ ଓ ଗୁଳିକାଣ୍ଡକୁ ନେଇ ବଡ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି  ।ଦୁଇ ଦିନ ପୂର୍ବରୁ ମୁଙ୍ଗେରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ହିଂସା ଉପୁଜିଥିଲା । ଏହା ପରେ ପୁଲିସ ପକ୍ଷରୁ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ଗୁଳି କରାଯାଇଥିଲା ।ଯେଉଁଥିରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ପୁଲିସ ଗୁଳିରେ ଯୁବକଙ୍କ ମୃତ୍ୟୁପରେ ଗୁରୁବାର ସହରର କିଛି ସ୍ଥାନରେ ହିଂସା ଦେଖାଦେଇଥିଲା ।ସହରର ବିଭିନ୍ନ ସ୍ଥାନରେ ହିଂସା ଉପୁଜିବା ପରେ ନିର୍ବାଚନ ଆୟୋଗ ଏଠାକାର ଏସପି ଓ ଜିଲାପାଳଙ୍କୁ ହଟାଇବା ପାଇଁ ନିର୍ଦେଶ ଦିଆଯାଇଥିଲା । ନିର୍ବାଚନ ଆୟୋଗଙ୍କ ନିର୍ଦେଶ କ୍ରମେ ଏସପି ଓ ଜିଲାପାଳଙ୍କୁ ମଧ୍ୟ ହଟାଇ ଦିଆଯାଇଛି ।

ସୂଚନାଯୋଗ୍ୟ ଦୁଇ ଦିନ ପୂର୍ବରୁ ମୁଙ୍ଗେରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଶିଘ୍ର ଶିଘ୍ର ମୂର୍ତ୍ତି ବିଜର୍ସନ କରିବାକୁ ପୁଲିସ ପକ୍ଷରୁ କୁହାଯିବାକୁ ନେଇ ସ୍ଥାନୀୟ ଯୁବକ ଏବଂ ପୁଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଏହା  ହିଂସାର ରୂପ ନେଇଥିଲା । ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଗୁଳି ଚଳାଇଥିଲା। ଯେଉଁଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ଏହା ପରେ ଗୁରୁବାର ଏହି ଘଟଣାକୁ ନେଇ ହିଂସା ହେବା ସହ ଲୋକମାନେ ମୁଙ୍ଗେରରେ ଥାନାକୁ ଟାର୍ଗେଟ କରି ଏଠାରେ ପୋଡାଜଳା କରିଥିଲେ । ଏହାସହ ଏସପି ଲିପି ସଂହଙ୍କ କାର୍ଯ୍ୟାଳୟ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଏହା ପରେ ବହିହାର ନିର୍ବାଚନ ଆୟୋଗ ଘଟଣାକୁ ଗମ୍ଭୀରତାର ସହ ନେଇ ମୁଙ୍ଗେରର ଏସପି ଲିପି ସିଂହ ଓ ଜିଲାପାଳ ରାଜେଶ ମୀଣାଙ୍କୁ ପଦରୁ ତତ୍କାଳ ହଟାଇବା ପାଇଁ ଆଦେଶ ଦେଇଥିଲେ ।ମୁଙ୍ଗେରରେ କ୍ରମାଗତ ହିଂସା ଘଟଣା ଉପୁଜୁଥିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି ।

ତେବେ ସମ୍ପୂର୍ଣ୍ଣ ଘଟଣାରେ ଏବେ ଯାଞ୍ଚ ହେବ । ଘଟଣାକୁ ନେଇ ନିର୍ବାଚନ ଆୟୋଗ ଯାଞ୍ଚ ରିପୋଟ ମାଗିଛନ୍ତି । ଅନ୍ୟପକ୍ଷେ ମୁଙ୍ଗେରରେ ଆଜି ନୂଆ ଜିଲାପାଳ ଓ ଏସପିଙ୍କୁ ନିଯୁକ୍ତ କରାଯିବ ।ଗୁରୁବାର ମୁଙ୍ଗେରର ଜନସାଧାରଣ ଜିଲା ମୁଖ୍ୟାଳୟରେ ଥିବା ଏସପି କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି। ଏହି ସମୟରେ ଲୋକମାନେ ଅନେକ ଗାଡିରେ ନିଆଁ ଲଗାଇ ଥାନା ଉପରକୁ ପଥର ଫିଙ୍ଗିଥିଲେ । ବର୍ତ୍ତମାନ ମଧ୍ୟ ଉତ୍ତେଜନାର ସ୍ଥିତି ଲାଗି ରହିଛି। ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପୂର୍ବରୁ ଘଟିଥିବା ଏହି ଘଟଣାରେ ରାଜ୍ୟର ରାଜନୈତିକ ଦଳର ନେତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।ପୋଲିସ ଗୁଳି ଚଳାଇଥିବା ନେଇ ଏଠାକାର ଲେକେ ଅଭିଯୋଗ କରିଥିଲେ । ଘଟଣାରେ ଏସପି ଲିପି ସିଂଙ୍କୁ ହଟାଇବାକୁ ଦାବି ଉଠିଥିଲା । ମୁଙ୍ଗେରରେ ଏହି ଘଟଣା ପରେ ବିହାରର ରାଜନୀତି ସମ୍ପୂର୍ଣ୍ଣ ସରଗରମ ରହିଛି ।

Comments are closed.