ଆଜିଠାରୁ ୩୧ ଜୁଲାଇ ପର୍ଯ୍ୟନ୍ତ ବିହାର ଲକଡାଉନ୍

ପାଟଣା : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି। ଗତ ଛଅ ଦିନ ମଧ୍ୟରେ ୨୬ ହଜାରରୁ ଅଧିକ କରୋନାରେ ସଂକ୍ରମିତ ହୋଇଥିବା ଦେଖାଯାଇଛି। ଏହି ସମୟରେ ସଂକ୍ରମଣକୁ ରୋକିବା ପାଇଁ ଦେଶର ଅନେକ ରାଜ୍ୟରେ ପୁଣି ଲକଡାଉନ୍ ଲାଗୁ କରାଯାଉଛି। ଏହି ସମୟରେ, ବିହାରରେ ଆଜି ଅର୍ଥାତ୍ ୧୬ ଜୁଲାଇରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରାଯାଇଛି।
୩୧ ଜୁଲାଇ ପର୍ଯ୍ୟନ୍ତ ବଳବତ୍ତର ଥିବା ଏହି ଲକଡାଉନ୍ ସମୟରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାସ୍ତାରେ ଯାନବାହନ ଜବତ କରାଯିବ ଏବଂ ମାସ୍କ ନ ପିନ୍ଧିଥିଲେ ଲୋକଙ୍କଠାରୁ ଜୋରିମାନା ଆଦାୟ କରାଯିବ।
ରାଜ୍ୟ ସରକାର ଅନେକ ପ୍ରତିବନ୍ଧକ ଲଗାଇଛନ୍ତି। ଧାର୍ମିକ ସ୍ଥାନଗୁଡିକ ମଧ୍ୟ ବନ୍ଦ ରହିବ। ଲକଡାଉନ୍ ସମୟରେ ଭିଡ଼ ଜମିବା ନିଷେଧ। ବଜାରରୁ-ପାର୍କ ପର୍ଯ୍ୟନ୍ତ କିଛି ଖୋଲିବ ନାହିଁ। ବସ୍ ସେବା ମଧ୍ୟ ବନ୍ଦ କରାଯାଇଛି। ଲୋକମାନେ କେବଳ ଆବଶ୍ୟକ କାର୍ଯ୍ୟ ପାଇଁ ବାହାରକୁ ଆସିପାରିବେ।