ବିହାର ଆବାସିକ ବିଦ୍ୟାଳୟ ଛାତ୍ରୀଙ୍କୁ ମାଡ଼ ଘଟଣା; ସବୁ ଅଭିଯୁକ୍ତ ଗିରଫ

0

ପାଟନା : ବିହାରର ସୁପାଉଲ ଜିଲା ଅନ୍ତର୍ଗତ ତ୍ରିବେଣୀଗଞ୍ଜସ୍ଥିତ ଆବସିକ ବିଦ୍ୟାଳୟ ଛାତ୍ରୀଙ୍କୁ ମାଡ଼ ଘଟଣାରେ ପୁଲିସ ସମସ୍ତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରୁ ଜଣେ ନାବାଳକ ବୋଲି ଜଣାପଡିଛି। ରବିବାର ଅନ୍ୟ ୩ ଜଣଙ୍କୁ ପୁଲିସ ଗିରଫ କରିବା ସହ ୬ ଜଣ ନାବାଳିକାଙ୍କୁ ଅଟକ ରଖିଥିଲା। ଗିରଫ ତଥା ଅଟକ ଅଭିଯୁକ୍ତମାନଙ୍କ ବୟସଗତ ପ୍ରମାଣ ନିମନ୍ତେ ସେମାନଙ୍କ ମାଟ୍ରିକ ସାର୍ଟିଫିକେଟ୍‍ ମଗାଇ ପୁଲିସ ଯାଞ୍ଚ କରିଥିବା ତ୍ରିବେଣୀଗଞ୍ଜ ଏଏସ୍‍ପି କହିଛନ୍ତି। ସଂଘବଦ୍ଧ ଆକ୍ରମଣ ଘଟଣାରେ ଆହତ ହୋଇଥିବା ଛାତ୍ରୀମାନଙ୍କ ଚିକିତ୍ସା ଜାରି ରହିଛି। କେତେକ ଯୁବକ ଆବାସିକ ବିଦ୍ୟାଳୟ କାନ୍ଥରେ ଅଶ୍ଳୀଳ ଭାଷାରେ ଲେଖାଲେଖି କରି ସେମାନଙ୍କୁ ହଇରାଣ କରୁଥିବା ନେଇ ଏହି ଛାତ୍ରୀମାନେ ଅଭିଯୋଗ କରିଥିଲେ। ଏପରିକି ସେମାନଙ୍କ ମଧ୍ୟରୁ କିଛି ଛାତ୍ରୀ ୪ ଜଣ ଯୁବକଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଯୁବକ ତଥା ମାଡ଼ ଖାଇଥିବା ଯୁବକଙ୍କ ଅଭିଭାବକ କ୍ରୋଧାନ୍ୱିତ ହୋଇ ଶନିବାର ସନ୍ଧ୍ୟାରେ ଉକ୍ତ ଆବାସିକ ବିଦ୍ୟାଳୟ ଉପରେ ସଂଘବଦ୍ଧ ଆକ୍ରମଣ ପୂର୍ବକ ଅନ୍ତେବାସିନୀମାନଙ୍କୁ ନିସ୍ତୁକ ମାଡ଼ମାରିଥିଲେ। ଏହି ଘଟଣାରେ ୯ ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଥିଲା।

Leave A Reply