ବିହାର ବନ୍ୟାରେ ମୃତ୍ୟୁ ସଂଖ୍ୟା ୫୬, ରିଲିଫ୍‍ ଓ ଉଦ୍ଧାର କାର୍ଯ୍ୟ ଜାରି

ବିହାର: ବିହାରରେ ବନ୍ୟା ପରିସ୍ଥିତି ଯୋଗୁଁ ଉପୁଜିଥିବା ସଂକଟର ମୁକାବିଲା ପାଇଁ ବିହାର ସରକାର ଲୋଡ଼ିଥିବା ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ସମସ୍ତ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସମଗ୍ର ରାଜ୍ୟରେ ବର୍ଷା ଓ ବନ୍ୟା ଜନିତ ଘଟଣାରେ ପ୍ରାୟ ୫୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ଜାତୀୟ ବିପଦ ପରିଚାଳନା କମିଟି ବୈଠକରେ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍‍ ସଚିବ ରାଜୀବ ଗୌବା ବନ୍ୟା ପରିସ୍ଥିତି ଓ ଏହାର ମୁକାବିଲା ପ୍ରସ୍ତୁତି ରିଲିଫ୍‍ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଜଳବନ୍ଦୀ ଅଞ୍ଚଳଗୁଡ଼ିକରେ ଦୁଇଟି ହେଲିକପ୍ଟର ସାହାଯ୍ୟରେ ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ପକା ଯାଉଛି। ପାନୀୟ ଜଳ ଓ ଔଷଧପତ୍ର ମଧ୍ୟ ବିତରଣ କରାଯାଉଛି।

ବୈଠକରୁ କୋଇଲା ମନ୍ତ୍ରାଳୟ ପକ୍ଷରୁ ମିନିଟ ପ୍ରତି ୩ହଜାର ଗ୍ୟାଲନ ଜଳ ନିଷ୍କାସନ କରୁଥିବା ପାଣି ପମ୍ପ ବିହାର ପଠାଯାଇଥିବା ସୂଚନା ମିଳିଛି। ପ୍ରବଳ ବର୍ଷ ଯୋଗୁ ରାଜ୍ୟରେ ନଦୀଗୁଡିକରେ ଜଳସ୍ତର ବିପଦ ସଂକେତ ଠାରୁ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଥିବା ବେଳେ ୧୬ଟି ଜିଲ୍ଲା ଜଳମଗ୍ନ ହୋଇଛି। ସମ୍ପୃକ୍ତ ଜିଲ୍ଲାଗୁଡିକରେ ଏନଡିଆରଏଫ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସଂଗଠନଗୁଡିକ ଦ୍ୱାରା ଉଦ୍ଧାର ଏବଂ ରିଲିଫ ଲର୍ଯ୍ୟ ଜାରି ରହିଛି। ୨୦ଟି ଏନଡିଆରଏଫ ଦଳ ମଧ୍ୟରୁ ୬ଟି ଦଳ ପାଟଣାରେ ଗତ ୩ଦିନ ହେବ ଉଦ୍ଧାର ଓ ରିଲିଫ କାର୍ଯ୍ୟ କରୁଥିବା ଜଣାପଡିଛି।

କେନ୍ଦ୍ରୀୟ ମନ୍ତ୍ରାଳୟ ଦ୍ୱାରା ବିହାରରେ ଇତି ମଧ୍ୟରେ କ୍ଷୟକ୍ଷତି ଆକଳନ କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟ ପକ୍ଷରେ ସେଠାରେ ବନ୍ୟା ପରିସ୍ଥିତିରେ ସୁଧାର ହେଉଥିବା ପାଣିପାଗ ବିଭାଗ କହିଛି।

Comments are closed.