ଛିିଡ଼ିଲା ବିହାର ମହାଗଠବନ୍ଧନ ଆସନ ବଣ୍ଟା: ଆରଜେଡ଼ିକୁ ୧୪୪, କଂଗ୍ରେସକୁ ୭୦, ବାମଦଳକୁ ୨୯

ନୂଆଦିଲ୍ଲୀ:  ବିହାରରେ ବିଧାନସଭା ନିର୍ବାଚନ ପାଇଁ ଏକ ମାସରୁ କମ୍ ଭୋଟ୍ ବାକି । ଏହି ସ୍ଥିତିରେ ଆରଜେଡ଼ି ନେତା ତେଜସ୍ବୀ ଯାଦବଙ୍କ ନେତୃତ୍ଵାଧୀନ ମହାଗଠବନ୍ଧନ ଆଜି ଆସନ ବୁଝାମଣା ଚୂଡ଼ାନ୍ତ କରିଛି । ଏ ସମ୍ପର୍କରେ ତେଜସ୍ବୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ନିର୍ବାଚନରେ ଆରଜେଡ଼ି ୧୪୪, କଂଗ୍ରେସ ୭୦, ବାମଦଳ ୨୯ (ସିପିଏମ୍୪, ସିପିଆଇ ୬ ଓ ସିିପିଆଇ-ଏମଏଲ୍-୧୯) ଆସନରେ ପ୍ରତିଦ୍ବନ୍ଦ୍ବିତା କରିବା ଆପାତତଃ ଚୂଡ଼ାନ୍ତ ହୋଇଛି  ବୋଲି ତେଜସ୍ବୀ କହିଛନ୍ତି ।

ଆରଜେଡିଙ୍କ ନେତୃତ୍ୱରେ କଂଗ୍ରେସ, ଆରଜେଡି, ସିପିଆଇ, ସିପିଏମ ଏବଂ ବିକାଶକେଲ ଇନସାନ ପାର୍ଟି ଏହି ମିଳିତ ମଞ୍ଚର ଅଂଶୀଦାର ହୋଇଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ଅବିନାଶ ପାଣ୍ଡେ । ସେ ଆହୁରି କହିଛନ୍ତି, ୨୦୧୫ ନିର୍ବାଚନରେ ​​ବିହାରର ଲୋକମାନେ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଭୋଟ୍ ଦେଇଥିଲେ କିନ୍ତୁ ନୀତୀଶ ଜନସାଧାରଣଙ୍କ ପ୍ରତି ବିଶ୍ୱାସଘାତକତା କରି ବିଜେପି ସହିତ ସରକାର ଗଢ଼ିଥିଲେ । ଜନସାଧାରଣ ଏଥିପାଇଁ ସେମାନଙ୍କୁ କ୍ଷମା କରିବେ ନାହିଁ |

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଂକ ମଧ୍ୟରେ ତେଜ ପ୍ରତାପ ଯାଦବ, କଂଗ୍ରେସ ନେତା ଆନନ୍ଦ ମାଧବ, ଆରଜେଡି ନେତା ଭୋଲା ଯାଦବ, ଭିଆଇପି ମୁଖ୍ୟ ମୁକେଶ ସାହନିଙ୍କ ସହ ବାମଦଳ ନେତାମାନେ ଉପସ୍ଥିତ ଥିଲେ ।

Comments are closed.