ବିଭାଗ ବାଣ୍ଟିଲେ ନୀତିଶ କୁମାର, ନିଜ ପାଖରେ ରଖିଲେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ

ପାଟନା : ଶପଥ ନେବାର ଦିନକ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ୧୪ ଜଣିଆ ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ କରିଛନ୍ତି। ନୀତୀଶ ନିଜ ପାଖରେ ଗୃହ ବିଭାଗ ରଖିଥିବାବେଳେ ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦଙ୍କୁ ଅର୍ଥ ବିଭାଗ ସହ ପରିବେଶ ଓ ଜଙ୍ଗଲ, ସୂଚନା ପ୍ରଯୁକ୍ତିବିଦ୍ୟା, ବିପର୍ଯ୍ୟୟ ପରିଚାଳନା, ସହରୀ ବିକାଶ ବିଭାଗ ପ୍ରଦାନ କରିଛନ୍ତି। ନୀତୀଶ ନିଜ ହାତରେ ସାଧାରଣ ପ୍ରଶାସନ ଓ ବଣ୍ଟାଯାଇ ନ ଥିବା ଅନ୍ୟ ସମସ୍ତ ବିଭାଗ ରଖିଛନ୍ତି।

ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କ ପାଖରେ ପଞ୍ଚାୟତିରାଜ, ପଛୁଆ ଜାତି ଉନ୍ନୟନ ଓ ଶିଳ୍ପ ଆଦି ବିଭାଗ ରହିଛି। ବିଜୟ ଚୌଧୁରୀଙ୍କୁ ଗ୍ରାମ୍ୟ ଉନ୍ନୟନ, ଜଳ ସମ୍ପଦ, ସୂଚନା ଓ ପ୍ରସାରଣ, ସଂସଦୀୟ ବ୍ୟାପାର ବିଭାଗ, ବିଜେନ୍ଦ୍ର ଯାଦବଙ୍କୁ ଶକ୍ତି, ଯୋଜନା, ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର, ମେୱା ଲାଲ ଚୌଧୁରୀଙ୍କୁ ଶିକ୍ଷା, ଶିଲା କୁମାରୀଙ୍କୁ ପରିବହନ, ସନ୍ତୋଷ ମାଞ୍ଜୀଙ୍କୁ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ମୁକେଶ ସାହାଣୀଙ୍କୁ ପଶୁପାଳନ ଓ ମତ୍ସ୍ୟଚାଷ, ମଙ୍ଗଲ ପାଣ୍ଡେଙ୍କୁ ସ୍ୱାସ୍ଥ୍ୟ, ସଡକ ଓ ସଂସ୍କୃତି, ଅମରେନ୍ଦ୍ର ସିଂହଙ୍କୁ କୃଷି ଓ ସମବାୟ, ଜୀବେଶ କୁମାରଙ୍କୁ ପର୍ଯ୍ୟଟନ, ଶ୍ରମ ଓ ଖଣି ଏବଂ ରାମ ସୁରତଙ୍କୁ ରାଜସ୍ବ ଓ ଆଇନ ବିଭାଗର ଦାୟିତ୍ବ ପ୍ରଦାନ କରାଯାଇଛି। ଏମାନେ ସମସ୍ତେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ।

Comments are closed.