ବିହାରରେ ଉଡ଼ିଲା ଗେରୁଆ ପତାକା; ଲଣ୍ଠନ ଆଲୁଅ ଫିକା: ସଂଖ୍ୟା ଗରିଷ୍ଠତାରୁ ୨ଟି ଆସନ ପଛରେ ଏନଡ଼ିଏ

୪ଟି ଆସନରେ ବିଜୟ ବ୍ୟବଧାନ ମାତ୍ର ୨୦୦ ମଧ୍ୟରେ

୨୪ଟି ଆସନରେ ବିଜୟ ବ୍ୟବଧାନ ୧୦୦୦ରୁ କମ୍

୩୨ ଆସନରେ ବିଜୟ  ବ୍ୟବଧାନ ୨୦୦୦ ମଧ୍ୟରେ

୮ଟି ଆସନରେ ବିଜୟ ବ୍ୟବଧାନ ମାତ୍ର ୩୦୦ ମଧ୍ୟରେ

ବିହାର ବିଧାନସଭା ନିର୍ବାଚନର ୨୪୩ ଆସନ ମଧ୍ୟରୁ ୨୩୬ ଆସନର ଫଳାଫଳ ପ୍ରକାଶ ପାଇଛି । ଘୋଷିତ ଫଳାଫଳରେ ଏନଡ଼ିଏକୁ ୧୨୦ ଓ ମହା ଗଠବନ୍ଧନକୁ ୧୦୮ଟି ଆସନ ମିଳିଛି । ଏଆଇଏମଆଇଏମ୍, ବିଏସପି ଓ ଅନ୍ୟ ଦଳଗୁଡ଼ିକୁ ୮ଟି ଆସନ ଯାଇଛି । ଏହି ପରିପ୍ରେକ୍ଷୀରେ ଏନଡ଼ିଏ ବର୍ତମାନ ଆଗୁଆ ଅଛି ଏବଂ ସଂଖ୍ୟା ଗରିଷ୍ଠତାଠାରୁ ୨ଟି ଆସନ ପଛରେ ଅଛନ୍ତି ।

ବିହାରରେ ଦଳର ସଫଳତା ନିମନ୍ତେ   କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା  ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିହାର ନିର୍ବାଚନରେ ​​ଏନଡିଏ ଭଲ ପ୍ରଦର୍ଶନ କରିବ ବୋଲି ଗତକାଲି ଉଭୟ ନେତା କହିଥିଲେ । ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତେନ ରାମ ମାଞ୍ଝି ନିର୍ବାଚନରେ ବିଜୟୀ ହୋଇଛନ୍ତି ।   ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଉଦୟ ନାରାୟଣ ଚୌଧୁରୀଙ୍କୁ ପରାସ୍ତ କରିଛନ୍ତି ।  ଲାଲୁ ପ୍ରସାଦ ଯାଦବଙ୍କ ସମୁଦି ଚନ୍ଦ୍ରିକା ରାୟ ନିର୍ବାଚନରେ ପରାସ୍ତ ହୋଇଛନ୍ତି । ସେ ଜେଡ଼ିୟୁ ଟିକେଟରୁ ନିର୍ବାଚନ ଲଢ଼ୁଥିଲେ ।

ଅନ୍ୟପକ୍ଷରେ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ୪ଟି ଆସନରେ ବିଜୟ ବ୍ୟବଧାନ ମାତ୍ର ୨୦୦ ମଧ୍ୟରେ । ୨୪ଟି ଆସନରେ ବିଜୟ ବ୍ୟବଧାନ ୧୦୦୦ ଓ ୩୨ ଆସନରେ ବ୍ୟବଧାନ ୨୦୦୦ ମଧ୍ୟରେ ରହିଛି । ୪୮ଟି ଆସନରେ ବିଜୟ-ପରାଜୟ ବ୍ୟବଧାନ ମାତ୍ର ୩୦୦୦ ମଧ୍ୟରେ । ସମସ୍ତ ଫଳାଫଳ ରାତି ସୁଦ୍ଧା ଘୋଷଣା କରାଯିବ ବୋଲି ନିର୍ବାଚନ କମିଶନ କହିଛନ୍ତି ।

Comments are closed.