ବିହାର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ;  ଏକାସାଥେ ଶପଥ ନେଲେ ୫ ମନ୍ତ୍ରୀ

ପାଟନା: ଚାଲିଛି ବିହାର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ । ରାଜଭବନରେ ନୀତୀଶଙ୍କ ନୂଆମନ୍ତ୍ରୀ ମାନେ ଶପଥ ନେଉଛନ୍ତି । ଏକା ସାଥିରେ ୫ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନୀତୀଶଙ୍କ ଏହି ମନ୍ତ୍ରୀମଣ୍ଡଳରେ ତେଜ ପ୍ରତାପ ପୁଣି ଥରେ ମନ୍ତ୍ରୀ ପଦ ପାଇଛନ୍ତି । ସେହିପରି ଜେଡିୟୁ ନେତା ଅଶୋକ ଚୌଧୁରୀ ମଧ୍ୟ ଶପଥ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଶପଥଗ୍ରହଣ ଉତ୍ସବର ପ୍ରଥମ ପର୍ଯ୍ୟାୟରେ ଜେଡିୟୁର ବିଜୟ କୁମାର ଚୌଧୁରୀ, ବିଜେନ୍ଦ୍ର ଯାଦବ, ଅଶୋକ ଚୌଧୁରୀ, ଶ୍ରବଣ କୁମାର ଓ ଲେସି ସିଂହ ଶପଥ ପାଠ କରିଛନ୍ତି ।

ସେହିପରି ଆରଜେଡିର ଆଲୋକ ମେହେଟ୍ଟା, ତେଜ ପ୍ରତାପ ଯାଦବ, ସୁରେନ୍ଦ୍ର ଚୌଧୁରୀ, ରାମାନନ୍ଦ ଯାଦବ ଶପଥ ନେଇଛନ୍ତି । କଂଗ୍ରେସର ଆଫାକ ଆଲାମ ମଧ୍ୟ ନେଇଥିବା ଦେଖିବାକୁ ମିଳିଛି । କୁହାଯାଉଛି କି ନୀତୀଶଙ୍କ ଏହି ମନ୍ତ୍ରୀମଣ୍ଡଳରେ ପର୍ଯ୍ୟାୟକ୍ରମେ ୩୦ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ । ବିହାରରେ ସରକାର ଭାଙ୍ଗିବା ପରେ ଗତ ୬ ଦିନ ତଳେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନୀତୀଶ କୁମାର । ଆଜି ନୀତୀଶଙ୍କ ନୂଆ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେଉଛି ।

Comments are closed.