୧୧୦ ଫୁଟ ଗଭୀର ବୋରୱେଲରୁ ଉଦ୍ଧାର ହେଲା ୩ବର୍ଷର ଶିଶୁ

0

ପାଟନା : ବିହାରର ମୁଙ୍ଗେର ଜିଲାରେ ୧୧୦ଫୁଟ ଗଭୀର ବୋରୱେଲରେ ଖସି ପଡିଥିବା ୩ବର୍ଷର ଶିଶୁଙ୍କୁ ଦୀର୍ଘ ୩୧ ଘଣ୍ଟାର ଉଦ୍ୟମ ପରେ ସୁରକ୍ଷିତ ଉଦ୍ଧାର କରାଯାଇଛି। ବୋରୱେଲର ୪୨ ଫୁଟ ଠାରେ ଶିଶୁଟି ଅଟକି ଯାଇଥିଲା। ଏନଡିଆରଏଫ, ଏସଡିଆରଏଫ, ସେନା ଓ ବିହାର ପୁଲିସର ମିଳିତ ଅଭିଯାନ ଦ୍ୱାରା ଶିଶୁଟିକୁ ଉଦ୍ଧାର କରାଯାଇଛି। ରିପୋର୍ଟ ଅନୁଯାୟୀ ସାନା ନାମକ ଏହି ବାଳିକାଟି ଏବେ ସୁସ୍ଥ ଓ ନିରାପଦ ଅଛି। ତାକୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଏହି ସଫଳତା ପାଇଁ ଉଦ୍ଧାରକାରୀ ଦଳଙ୍କୁ ପ୍ରଶଂସା କରାଯାଇଛି। ବୋରୱେଲ ନିକଟରେ ଏକ ସମାନ୍ତରାଳ ସୁଡଙ୍ଗ ଖୋଳାଯାଇ ଶିଶୁଟିକୁ ଉଦ୍ଧାର କରାଯାଇଥିଲା। ମଙ୍ଗଳବାର ପିଲାଟି ଖେଳୁଥିବା ସମୟରେ ବୋରୱେଲ ମଧ୍ୟରେ ଖସି ପଡିଥିଲା। ମୁଙ୍ଗେର ଏସପି ଗୌରବ ମଙ୍ଗଲଙ୍କ କହିବା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ଏ ସମ୍ପର୍କରେ ସୂଚନା ମିଳିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

Leave A Reply