ବିହାରର କଟିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୬ମୃତ, ୩ ଆହତ

ଘଟଣାରେ ଗଭୀର ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

କଟିହାର : ବିହାରର କଟିହାରରେ କୁସ୍ରେଲା ଥାନା ଅନ୍ତର୍ଗତ ୩୧ ନମ୍ବର ରାଷ୍ଟ୍ରୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ମଙ୍ଗଳବାର ଖବର ମିଳିଛି। ଟ୍ରକ ଓ ସ୍କ୍ରପିଓ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକମାନେ ସମସ୍ତିପୁର ଜିଲାର ରୋସଡାର ବାସିନ୍ଦା ବୋଲି ପ୍ରାର୍ଥମିକ ତଦନ୍ତରୁ ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ପୋଲ ଉପରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଓ ସ୍କ୍ରପିଓ ମଧ୍ୟରେ ଧକ୍କା ହୋଇଥିଲା। ୨ଟି ଯାନର ଗତି ଖୁବ ଅଧିକ ଥିବାରୁ ଧକ୍କା ହେବା ପରେ ସ୍କ୍ରପିଓରେ ଥିବା ୯ ଯାତ୍ରୀଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ବେଳେ ଅନ୍ୟ ୩ ଜଣ ଗଭୀର ଭାବେ ଆହତ ହୋଇଥିଲେ। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ବିହାରର କଟିହାରରେ ହୋଇଥିବା ସଡକ ଦୁର୍ଘଟଣାରେ ମୃତ୍ୟୁ ଖବର ଶୁଣି ଗଭୀର ଦୁଃଖ ପ୍ରକାଶ କରୁଛି। ମୃତକଙ୍କ ପରିବାର ଓ ଆତ୍ମୀୟମାନଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Comments are closed.