ବିହାର ମତଦାନର ତୃତୀୟ ପର୍ଯ୍ୟାୟ, ଅପରାହ୍ନ ୫ଟା ସୁଦ୍ଧା ୫୨.୮୦ ପ୍ରତିଶତ ମତଦାନ

ବିହାର ବିଧାନସଭାର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି। ସନ୍ଧ୍ୟା ୫ଟା ସୁଦ୍ଧା ୫୨.୮୦ ପ୍ରତିଶତ ଭୋଟର ମତଦାନ କରିଥିବା ଜଣାପଡିଛି। ଆଜି ୭୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନର ପ୍ରକ୍ରିୟା ଜାରି ରହିଥିବା ବେଳେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ୪୫.୮୫ ପ୍ରତିଶତ ଥିଲା। ଏହି ପର୍ଯ୍ୟାୟରେ ୧ ହଜାର ୨୦୪ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରାଯିବ। ଅପରାହ୍ନ ୫ଟା ସୁଦ୍ଧା କିଶନଗଞ୍ଜ ଜିଲ୍ଲାରେ ସର୍ବାଧିକ ୫୯.୯୯ ପ୍ରତିଶତ ଓ କଟିହାରରେ ୪୮.୦୪ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଅକ୍ଟୋବର ୨୮ ଏବଂ ନଭେମ୍ବର ୩ରେ ୭୧ଟି ଏବଂ ୯୪ଟି ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ କରାଯାଇଥିଲା। ଭୋଟ୍ ଗଣନା ନଭେମ୍ବର ୧୦ରେ ହେବ।

Comments are closed.