ଆସନ୍ତାକାଲି ଠାରୁ ବିଗ୍‍ବସ୍‍-୧୨ : ମୁଖ୍ୟ ଆକର୍ଷଣରେ କ୍ରିକେଟର ଶ୍ରୀସନ୍ତ

0

ମୁମ୍ବଇ : କ୍ରିକେଟ ଖେଳାଳି ତଥା ଡ୍ୟାନ୍ସର ଏସ୍‍. ଶ୍ରୀସନ୍ତ ସେପ୍ଟେମ୍ବର ୧୬ରେ ଆରମ୍ଭ ହେବାକୁ ଥିବା ବିଗବସ୍‍-୧୨ରେ ପ୍ରତିଯୋଗୀ ହେବାକୁ ଯାଉଛନ୍ତି। ଶୋ’ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ କାର୍ଯ୍ୟକ୍ରମ ପ୍ରମୋରେ ଶ୍ରୀସନ୍ତଙ୍କୁ ଦେଖାଯାଇଛି। ନିଜର ଖେଳ ଜୀବନ ସହ ବ୍ୟକ୍ତିଗତ ଜୀବନରେ ଶ୍ରୀସନ୍ତ ବିବାଦ ଘେରରେ ରହିଥିଲେ। ଏହି ଖେଳାଳି ଅଧିକ ସଂଖ୍ୟାରେ ଦର୍ଶକଙ୍କୁ ଶୋ’ପ୍ରତି ଆକର୍ଷିତ କରିପାରିବେ ବୋଲି ଅନୁମାନ କରାଯାଉଛି। ଇତି ମଧ୍ୟରେ କ୍ରିକେଟର ଶ୍ରୀସନ୍ତଙ୍କ ଶାରୀରିକ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଛି। ଗତ ଦୁଇ ମାସ ପୂର୍ବରୁ ଶ୍ରୀସନ୍ତ ନିଜର ଏବସ୍‍କୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ବିଗବସ୍‍ରେ ସମୁଦାୟ ୨୧ ପ୍ରତିଯୋଗୀଙ୍କୁ ଦେଖିବାକୁ ମିଳିବ।

Leave A Reply