ସ୍କୁଲରେ ଉପୁଡ଼ି ପଡ଼ିଲା ଗଛ: ଜଣେ ଶିଶୁ ମୃତ, ୧୩ ଆହତ

ଚଣ୍ଡିଗଡ଼: ଚଣ୍ଡିଗଡ଼ରେ ଶୁକ୍ରବାର ଘଟିଛି ଏକ ଅଘଟଣ। ସେକ୍ଟର-୯ ସ୍ଥିତ କାର୍ମେଲ କନ୍‌ଭେଣ୍ଟ ସ୍କୁଲରେ ଏକ ବଡ଼ ବହୁ ପୂରାତନ ଗଛ ଉପୁଡ଼ି ପଡ଼ିବାରୁ ଜଣେ ଶିଶୁର ମୃତ୍ୟୁ ଘଟିବା ସହ ୧୩ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଆହତ ପିଲାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ଏହା ୨୫୦ ବର୍ଷ ପୁରୁଣା ଏକ ଐତିହ୍ୟ ସମ୍ପନ୍ନ ବୃକ୍ଷ ଥିଲା।

ସୂଚନା ଅନୁସାରେ, ମଧ୍ୟାହ୍ନ ଭୋଜନ ସମୟରେ ଏହି ଦୁର୍ଘଟଣା ଘଟିଛି। ସେ ସମୟରେ ଗଛ ନିକଟରେ ବହୁତ ପିଲା ଥିଲେ। ହଠାତ୍‌ ଗଛଟି ଉୁପୁଡ଼ି ପଡ଼ିବାରୁ କିଛି ପିଲା ତା’ ତଳେ ଚାପି ହୋଇଯାଇଥିଲେ। ଆହତ ପିଲାମାନଙ୍କୁ ଜିଏମଏସଏଚ-୧୬ ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

Comments are closed.